spot_img

Latest Posts

ଚାଲିଥିଲା ବାହାଘର, ଉଠାଇ ନେଲା ପୋଲିସ

ଭୁବନେଶ୍ବର: ଚାଲିଥିଲା ବାହାଘର, ଆଉ ମାତ୍ର କେହି ମିନିଟ ରେ ପଡିଥାନ୍ତା ହାତ ଗଣ୍ଠି. କିନ୍ତୁ ପରିସ୍ଥିତି ଏମିତି ହେଲା ବାହା ବେଦୀରୁ ବରକୁ ଉଠାଇନେଲା ପୋଲିସ. ଏଭଳି ଘଟଣା ଖୋଦ ଘଟିଛି ଭୁବନେଶ୍ୱର ରେ. ବର ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଅଂଚର ଜିତେନ୍ଦ୍ର ସ୍ୱାଇଁ. ଜିତେନ୍ଦ୍ର 2013 ମସିହା ରେ କଲିକତାର ରମା ସ୍ୱାଇଁ ଙ୍କୁ ପ୍ରଥେମେ ୨୦୧୩ ମସିହା ରେ ପ୍ରେମ କରି କୋର୍ଟ ରେ ବିବାହ କରିଥିଲେ. କିଛି ବର୍ଷ ରହିବା ପରେ 2019 ପରଠାରୁ ଜିତେନ୍ଦ୍ର ରମା କୁ ଛାଡି ଆଉ ଧରା ଛୁଆଁ ଦେଉ ନଥିଲା. ଏହା ପରେ ଆଜି କୌଣସି ବିଶେଷ ସୂତ୍ରରୁ ପ୍ରଥମ ସ୍ତ୍ରୀ ଖବର ପାଇଥିଲେ ଯେ ସେ ପ୍ରଥମ ସ୍ତ୍ରୀ କୁ ନ ଜଣାଇ ଦ୍ଵିତୀୟ ବିବାହ ଭୁବନେଶ୍ୱର ରେ ଏକ ମନ୍ଦିରରେ କରୁଛନ୍ତୁ. ଗତ କାଲିଠାରୁ ରମା ଭୁବନେଶ୍ୱର ଆସି  କେତେଜଣ ମାନବାଧିକାର ମହିଳା କର୍ମୀ ଙ୍କ ସହଯୋଗ ରେ ଜିତେନ୍ଦ୍ର କୁ ଖୋଜୁଥିଲେ . ଏହା ପରେ ଆଜି ରାଜଭବନ ପଛପଟେ ଏକ ରାଧାକୃଷ୍ଣ ମନ୍ଦିର ରେ ଜିତେନ୍ଦ୍ର ଦ୍ଵିତୀୟ ବିବାହ କରୁଥିବା ଖବର ପାଇଁ ସିଧା ବାହା ବେଦିରେ ପହଂଚି ବିବାହ କୁ ବନ କରିବାକୁ କହିଥିଲା. ଏହା ପରେ କ୍ୟାପିଟାଲ ପୋଲିସ କୁ ଖବର ଦେବା ପରେ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ସ୍ୱାମୀ ଜିତେନ୍ଦ୍ରକୁ ଉଠାଇ ଆଣିଲା ପୋଲିସ..ବର୍ତମାନ ବର ଜିତେନ୍ଦ୍ର କୁ କ୍ୟାପିଟାଲ ପୋଲିସ ଅଟକ ରଖି ପଚରା ଉଚରା କରୁଛି ପୋଲିସ. ବିବାହ ପାଇଁ ସବୁ ଡକ୍ୟୁମେଣ୍ଟ କୁ ପ୍ରଥମ ସ୍ତ୍ରୀ ପୋଲିସ କୁ ହସ୍ତାନ୍ତର କରିବା ପରେ ନ୍ୟାୟ ପାଇଁ ଥାନାରେ ଅଭିଯୋଗ କରି ବସିଛି ରମା.ସେପଟେ ବର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

Latest Posts

Don't Miss