spot_img

Latest Posts

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ

ନନ୍ଦିଘୋଷ ବ୍ୟୁରୋ: ହଠାତ୍ ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି । ସମଗ୍ର ବାୟାବରର ନୁଆଗୋପାଳପୁର ଗ୍ରାମ ସ୍ତବ୍ଧ ହୋଇଯାଇଛି । ସାରା ଗାଁରେ ପୁଲିସ ପଇଁତରା ମାରୁଥିବା ବେଳେ ଏବେ ପରିବାର ଲୋକେ ଏବଂ ଗ୍ରାମବାସୀ ଅପେକ୍ଷା କରିଛନ୍ତି ନାବାଳିକା ପୀଡିତାଙ୍କ ମରଶରୀର କେତେବେଳେ ଗ୍ରାମରେ ପହଞ୍ଚିବ । ଅପରପକ୍ଷରେ ଗ୍ରାମରେ ସକାଳୁ ସକାଳୁ ଗୋଟେ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପରିବାର ଲୋକ ଏବଂ ସାହିଭାଇଙ୍କ ସହ ମିଶି ତାଙ୍କ ସମ୍ପ୍ରଦାୟରେ ଗ୍ରାମରେ ମଶାଣିରେ କବର ଖୋଳାଯାଇଛି ।

ଏପଟେ ପୀଡ଼ିତାଙ୍କ ମୃତ୍ୟୁ ଖବର ଆସିବା ପରେ ବଳଙ୍ଗା ଥାନାରେ ସୁରକ୍ଷା ବ୍ୟବସ୍ଥାରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅଗ୍ନିଶମ ବାହିନୀର ଗୋଟେ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।ଥାନାର ସୁରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କ ପାଖରେ ବର୍ଡି ପ୍ରୋଟେସନ ଜ୍ୟାକେଟ, ଟିଅର ଗ୍ୟାସ ସହିତ ଲାଠି ଏବଂ ହେଲମେଟ ରଖାଯାଇଥିବା ଦେଖିବାକୁ ମିଳିଛି । କୌଣସି ପରିସ୍ଥିତିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତାହାର ମୁକାବିଲା ପାଇଁ ବଳଙ୍ଗା ପୋଲିସର ସ୍ଵତନ୍ତ୍ର ପ୍ରସ୍ତୁତି କରିଛି ।ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ଘର ସାମ୍ନାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ପୋଲିସର ସ୍ଵତନ୍ତ୍ର କ୍ୟାମ୍ପ ଲଗାଯାଇଥିବା ଦେଖିବାକୁ ମିଳିଛି ।

Latest Posts

Don't Miss