spot_img

Latest Posts

ଗୁଡୁଗୁଡି ଖେଳୁଥିଲେ ପୋଲିସକୁ ଦେଖି ପଥର ମାରିଲେ, ୧୨ ଅଟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳାରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ। ଏସ୍‌ଡିପିଓଙ୍କ ସମେତ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। କାଲିମେଳା ଥାନା ଅନ୍ତର୍ଗତ ମାରଙ୍ଗପାଲିରେ ଗୁଡୁଗୁଡି ଓ କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସ ଉପରକୁ ଲୋକ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୧୬ ଜଣକୁ ଗିରଫ କରିଛି କାଲିମେଳା ପୋଲିସ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ  ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ପୋଲିସକୁ ମୁତୟନ କରାଯାଇଛି। ରିଇନଫୋର୍ସମେଣ୍ଟ୍ ପହଂଚିବା ପରେ  ଆକ୍ରମଣକାରୀ  ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପୁଲିସ୍‌ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଆଉ ଦିନକ ପରେ ମକର ସଂକ୍ରାନ୍ତି ଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁକୁଡ଼ା ଲଢ଼େଇ ଓ ଜୁଆ ଖେଳ ଚାଲିଛି। ୫ ବର୍ଷ ତଳେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ତତ୍କାଳୀନ ଏସଡିପିଓ ଚଢ଼ାଉ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ।

Latest Posts

Don't Miss