ଥାନା ଆଗରେ ଦଳିତ ମହିଳାଙ୍କୁ ପୋଲିସର ମାଡ଼, ଭିଡିଓ ଭାଇରଲ

ଚାନ୍ଦବାଲି: ପୋଲିସର ଦାଦାଗିରି। ଖାକି ବର୍ଦ୍ଦିର ଦେଖାଇଲେ ପାଓ୍ବାର । ଥାନା ପରିସରରେ ମହିଳାଙ୍କୁ ମାଡ଼ ମାରିଲେ ପୋଲିସ ବାବୁ। ଥାନାକୁ ସ୍ୱାମୀଙ୍କୁ ଭେଟିବାକୁ ଆସି ପୋଲିସ ଠାରୁ ମାଡ଼ ଖାଇଛନ୍ତି ଜଣେ ମହିଳା । ମହିଳାଙ୍କୁ ମାଡ଼ ମାରିବା ସହ ଟେକି ଟେକି ନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଚାନ୍ଦବାଲି ଏନ ଏ ସି ଅଞ୍ଚଳର ମିତା ସେଠୀଙ୍କ ସ୍ୱାମୀଙ୍କୁ କୌଣସି ଏକ ଘଟଣାରେ ପୋଲିସ ଥାନାକୁ ଡକାଇ ଥିଲା । ମିତା ସ୍ୱାମୀଙ୍କୁ ଦେଖାକରିବା ପାଇଁ ଥାନାକୁ ଯାଇଥିଲେ । ସେଠାରେ ତାଙ୍କ ସହ ଥିବା କୁନି ପିଲାଟି ଏକ ଚପଲ ଖୋଳରେ ଖେଳୁଥିବା ବେଳେ ମିତା ସେହି ଖୋଳଟିକୁ ଭୁଲବଶତଃ ଥାନା ପରିସରକୁ ଫିଙ୍ଗି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା କନେଷ୍ଟବଳ ରବୀନ୍ଦ୍ର ସେଠୀ ତାଙ୍କୁ ଡଷ୍ଟବିନରେ ପକାଇବାକୁ କହିଥିଲେ ।

ମିତା ଏବଂ କନେଷ୍ଟବଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କନେଷ୍ଟବଳ ରବୀନ୍ଦ୍ର ସେଠୀ ରାଗିଯାଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ସହିତ ଏଏସଆଇ ନେପାଳ ସାହା ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ମହିଳାଙ୍କୁ ମାଡ଼ ମାରିବା ସହ ଟେକି ଟେକି ନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।