ଟଙ୍କ୍ରେ ପୋଲିସ ଉପରକୁ ଟେକା ପଥର ମାଡ କଲେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ

ଜୟପୁର: ରାଜସ୍ଥାନ ଟଙ୍କରେ ଖଣ୍ଡଯୁଦ୍ଧ, ଅରାଜକତା, ବ୍ୟାପକ ହିଂସାକାଣ୍ଡ। ଏସଡିଏମ୍ ଉପରକୁ ମଧ୍ଯ ଲୋକେ ଟେକା ପଥର ଫିଙ୍ଗିବାକୁ ପଛାଇ ନାହାନ୍ତି। ବହୁ ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଛନ୍ତି ଉତ୍ୟକ୍ତ ଜନତା। ସ୍ଵାଧୀନ ପ୍ରାର୍ଥୀ ନରେଶ ମିନାଙ୍କୁ ଗିରଫ କରିବାକୁ ପୋଲିସ ଯିବା ବେଳେ ଏହି ହିଂସାକାଣ୍ଡ ହୋଇଛି ।
ନରେଶ ମିନା ଜଣେ ପୋଲିଂ ଅଫିସରଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିବାକୁ ଯିବା ପରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ନରେଶ ମିନାଙ୍କ ସମର୍ଥକ। ଏହାକୁ ନେଇ ବ୍ୟାପକ ହିଂସାକାଣ୍ଡ ହୋଇଛି। ପୁରା ଘଟଣାରେ ୬୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ନରେଶ ମିନାଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କର ସମର୍ଥକମାନେ ଯେଉଁ ରାସ୍ତାରୋକ କରିଥିଲେ, ତାକୁ ମଧ୍ଯ ହଟାଇ ଦିଆଯାଇଛି। ଆଜି କହିଛନ୍ତି, ସ୍ଥିତି ନିୟନ୍ତ୍ରଣକୁ ଆସିଛି ।