spot_img

Latest Posts

ଟଙ୍କା ଲୁଟ ହେବା ପରେ ପୋଲିସ ଅଭିଯୋଗ ରଖିଲାନି, ଗାଳି ଦେବା ସହ ମାଡ଼ ମାରିଲା

ନୟାଗଡ଼: ରକ୍ଷକ ବଦଳରେ ଭକ୍ଷକ ସାଜିଲା ପୋଲିସ୍। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସର ଦାଦାଗିରି। ଏଫଆଇର ରଖିବା ବଦଳରେ ଅଭିଯୋଗକାରୀଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଲୁଟ ପରେ ଅଭିଯୋଗ ନେଇ ଯାଇଥିଲେ। ଭାବିଥିଲେ ପୋଲିସ ରକ୍ଷା କରିବ। ହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ପୋଲିସ ସାହାଯ୍ୟ କରିବା ଦବଳରେ ନିର୍ଧୁମ ମାଡ଼ ମାରିଥିଲା। କିନ୍ତୁ କଣ ପାଇଁ ମାଡ଼ ମାଡ଼ ମାରିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଅଭିଯୋଗ ଅନୁସାରେ ଚାନ୍ଦପୁର ଥାନା ଶାସ୍ତ୍ରୀନଗରର ଦାଶରଥି ପ୍ରଧାନ ଗତକାଲି ରାତିରେ ଯାଉଥିବାବେଳେ ଲୁଟର ଶିକାର ହୋଇଥିଲେ। ଆଖିରେ ଲଙ୍କାଗୁଣ୍ଡ ପକାଇ ଟଙ୍କା ଛଡାଇନେଇଥିବାର ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେବାକୁ ଯାଇଥିବାବେଳେ ପୋଲିସ ଅଭିଯୋଗ ଶୁଣିନଥିଲା। ଅଭିଯୋଗକୁ ଶୁଣିବା ବଦଳରେ ଦାଶରଥିଙ୍କୁ ଗାଳିଗୁଲଜ କରିଥିଲା।

ଏହାସହିତ ପୋଲିସ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି। ପୋଲିସର ଏଭଳି ବ୍ୟବହାର ପାଇଁ ଏବେ ସାଧାରଣରେ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଚୋର ସହିତ ପୋଲିସର କୌଣସି ସମ୍ପର୍କ ରହିଥିବା ସନ୍ଦେହ କରାଯାଉଛି। ଲୁଟ ହୋଇଥିବା ଟଙ୍କାରେ ପୋଲିସର ଭାଗ ରହିଛି କି ? ଏଭଳି ପ୍ରଶ୍ନ ସାଧାରଣରେ ପ୍ରକାଶ ପାଇଛି।

Latest Posts

Don't Miss