ଜାମିନରେ ଆସି ଲୋକଙ୍କୁ ଭୟଭୀତ କରୁଥିବା ପୂର୍ବତନ ମାଓବାଦୀ ତପନ ଗିରଫ

1 min read

ମାଲକାନଗିରି: ଜାମିନରେ ଆସି ମାଓବାଦୀ ନାମରେ ଲୋକଙ୍କୁ ଭୟଭୀତ କରୁଥିବା ପୂର୍ବତନ ମାଓବାଦୀ ତପନ ଶାହାକୁ ଗିରଫ କଲା ପୋଲିସ୍ । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ତପନକୁ ଗିରଫ କରିଛି ପୋଲିସ । ପୂର୍ବରୁ ତପନ ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ମାମଲାରେ ଗିରଫ ହୋଇଥିଲା । ଜାମିନରେ ଆସି ମାଓବାଦୀଙ୍କୁ ସହଯୋଗ କରିଆସୁଥିଲା । ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ନାମରେ ନିରୀହ ଲୋକଙ୍କଠାରୁ ବଟି ଆଦାୟ ସହ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲା । ଅଭିଯୋଗ ପରେ ତପନ ଶାହାକୁ ଧରିବା ପାଇଁ SP ନିର୍ଦ୍ଦେଶ ଦେଇଥିଲେ । ଚିତ୍ରକୋଣ୍ଡା SDPO ଙ୍କ ନେତୃତ୍ବରେ ମାଲକାନଗିରି DVF ଙ୍କୁ ସାଥିରେ ନେଇ ଆନ୍ଧ୍ରପ୍ରଦେଶର ଗିଲବନ୍ଧା ଗାଁରୁ ତାକୁ ଗିରଫ କରିଛି ପୋଲିସ୍ ।