ପୋଲିସ ପଞ୍ଝାରେ ମାଓ କମାଣ୍ଡର ବାଲେମ ନାରାୟଣ ଓ ପତ୍ନୀ ଫୁଲବତୀ

ମାଲକାନଗିରି: ମୋଷ୍ଟ ୱାଣ୍ଟେଡ ମାଓ ଦମ୍ପତି ଗିରଫ । ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସମ୍ପୃକ୍ତ ଟପ୍ ମାଓନେତାଙ୍କୁ ବିଶାଖାପାଟଣା ପୋଲିସ ଗିରଫ କରିଛି । ମାଲକାନଗିରି ଡିଭିଜନାଲ କମିଟିର ସମ୍ପାଦକ ଦାମଦାର ଓରଫ ବାଲେମ ନାରାୟଣ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ଗିରଫ କରାଯାଇଛି ।

ଗିରଫ ମାଓ ଦମ୍ପତି

ଚିତ୍ରକୋଣ୍ଡା ଜଳ ଭଣ୍ଡାର ଲଞ୍ଚ ଆକ୍ରମଣରେ ୩୫ ଜଣଙ୍କୁ ହତ୍ୟା, ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ, କାଲିମେଳ ତେଲରାଇରେ ୧୧ ଜଣ ପୋଲିସଙ୍କୁ ହତ୍ୟା ଭଳି ବହୁ ସଙ୍ଗୀନ ଘଟଣାରେ ଜଡ଼ିତ ଥିଲେ ମାଓ ଦମ୍ପତି । ପୋଲିସର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ଦାମୋଦର ନାଁରେ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଫାଇଲ ଫଟୋ

୨୦୧୧ ଫେବ୍ରୁଆରୀ ୧୬ ତାରିଖରେ ମାଓବାଦୀ ମାନେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଆର୍.ଭିନୀଲ କ୍ରିଷ୍ଣାଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରି ଫେରିବା ବେଳେ ଲାଲବାହିନୀ ତାଙ୍କୁ ଅପହରଣ କରି ନେଇଥିଲା । ଅପହରଣ ଘଟଣାର ୮ ବର୍ଷ ପରେ ପୋଲିସ ମୁଖ୍ୟ କାର୍ପେଟଦାରଙ୍କୁ ଗିରଫ କରିଛି ।

Leave a Reply