କ୍ୟାପିଟାଲ୍ ହସ୍ପିଟାଲରୁ ଦଲାଲ୍ ଗିରଫ, ଭଲ ସେବା ଯୋଗାଇ ଦେବାର ଲୋଭ ଦେଖାଇ ଠକୁଥିଲା

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀଙ୍କୁ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ କାକଟପୁର ଥାନା ଅଞ୍ଚଳର ସୁମନ୍ତ ସ୍ୱାଇଁ । ସ୍ତ୍ରୀ ଏବଂ ପ୍ରସୁତି ବିଭାଗର ଭାରପ୍ରାପ୍ତ ଅଧିକାରିଣୀଙ୍କ ଅଭିଯୋଗ କ୍ରମେ ସୁମନ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନିକଟରୁ ୨ଟି ମୋବାଇଲ୍ ଫୋନ ଜବତ ହୋଇଛି । ଅଭିଯୋଗ ଅନୁସାରେ, ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଭଲ ସେବା ଯୋଗାଇ ଦେବାର ଲୋଭ ଦେଖାଇ ସେମାନଙ୍କୁ ଟଙ୍କା ଲୁଟୁଥିଲା ସୁମନ୍ତ ।

Police Arrested Cheater From Capital Hospital Bhubaneswar

ଅନେକ ସମୟରେ ସେ ଡାକ୍ତରଖାନାର କାମରେ ହସ୍ତକ୍ଷେପ କରିବା ସହିତ କର୍ଚାରୀଙ୍କୁ ଧମକଚମକ ମଧ୍ୟ ଦେଉଥିଲା ।  ଗତ ୨ ତାରିଖରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇ ଦେବାକୁ କହି ୨୦୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ପରେ ତଦନ୍ତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

Leave a Reply