ଏୟାର ଗନରେ ତେଲ ଟ୍ୟାଙ୍କର ଲୁଟ୍ ପ୍ଲାନ୍ ଫେଲ, ୯ ଜଣ ଲୁଟେରାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଏୟାର ଗନ୍ ଦେଖାଇ ତେଲ ଟ୍ୟାଙ୍କର ଲୁଟିବା ଉଦ୍ୟମ ବିଫଳ । ଟ୍ୟାଙ୍କର ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ନକଲି ପୋଲିସ ସାଜି ହାଇୱେ ଉପରୁ ଲୁଟୁ ଥିଲେ ଏହି ଗ୍ୟାଙ୍ଗ୍ । ୯ ଜଣିଆ ଗ୍ୟାଙ୍ଗର ମୁଖ୍ୟ ସୁଶାନ୍ତ ଦାସ ଓ ସତ୍ୟପ୍ରିୟ ପଟ୍ଟନାୟକ । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି ।

ମାଲକାନଗିରିରୁ ଆସୁଥିବା ଗାଡ଼ିକୁ ଖୋର୍ଦ୍ଧା ନିକଟରେ ଅଟକାଇଥିଲେ । ହେଲ୍ପର ଓ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ହତ୍ୟା ଧମକ ଦେବା ସହ ଗାଡ଼ି ମାଲିକଙ୍କୁ ୪ ଲକ୍ଷ ଟଙ୍କା ମାଗିଥିଲେ ଏହି ଗ୍ୟାଙ୍ଗ । ଟ୍ୟାଙ୍କର ମାଲିକ ମଧ୍ୟ ବ୍ୟାଙ୍କ ଆକାଉଣ୍ଟକୁ ୪ ଲକ୍ଷ ପଠାଇଥିଲେ । ୪ ଲକ୍ଷ ଟଙ୍କା ଜମା ଥିବା ଆକାଉଣ୍ଟକୁ ଫ୍ରିଜ୍ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ମୋବାଇଲ, ଦାମୀ କାର ଜବତ ହୋଇଛି ।