ଲକଡାଉନରେ ବଣ ଭୋଜି କରି ବନ୍ଧାହେଲେ ୮ ଜଣ

ଦିଗପହଣ୍ଡି: କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନକୁ କଡ଼ାକଡ଼ି କରିଛନ୍ତି । ଭୋଜିଭାତ ଉପରେ ପ୍ରତିବନ୍ଧକ ଲାଗିଛି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୫ରେ ପହଞ୍ଚିଲାଣି । ତଥାପି କେତେକ ଅମାନିଆ ସୁଧୁରୁନାହାଁନ୍ତି । ପାଟପୁର ଥାନା ଅଞ୍ଚଳରେ ଭୋଜି କରୁଥିବା ବେଳେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।
ପାଟପୁର ଥାନା ଅନ୍ତର୍ଗତ ଗୋକର୍ଣ୍ଣ ମେରିପଲ୍ଲୀରେ ମଦ, ମାଂସ ଭୋଜି ବେଳେ ପୋଲିସ ଚଢ଼ାଉ କରିଥିଲା । ଭୋଜି ଭାତ କରି ଜୁଆ ଆଡ୍ଡା ଚାଲିଥିଲା । ପୋଲିସ ୮ ହଜାର ଟଙ୍କା ସହ ହଣ୍ଡାହାଣ୍ଡି, ଗ୍ୟାସ୍ ଏବଂ ଚୁଲା ଜବତ କରିଛି ।