ପୋଲିସ କବ୍‌ଜାରେ ମୋଷ୍ଟ ଓ୍ୱାଣ୍ଟେଡ ନଣ୍ଡା ଓ ନାଲୁ

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ମୋଷ୍ଟ ଓ୍ୱାଣ୍ଟେଡ ନଣ୍ଡା ଓ ନାଲୁ । ୨ ଜଣଙ୍କୁ ଭୁବନେଶ୍ୱରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱ।ଡ୍ । ଭୁବନେଶ୍ୱର ଉପକଣ୍ଠରେ ଥିବା ନିଛାଟିଆ ଘରକୁ ନଣ୍ଡା ଓ ନାଲୁ ଟାର୍ଗେଟ କରୁଥିଲେ। ଦିନରେ ରେକି କରିବା ପରେ ରାତିରେ ଗ୍ରୀଲ ଓ ଝରକା ତାଡ଼ି ଲୁଟ କରୁଥିଲେ। ୨ କୁଖ୍ୟାତ ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗର ନିରଞ୍ଜନ ସ୍ୱାଇଁ ଓ ନାଲୁ ସ୍ୱାଇଁ ।

ସେମାନଙ୍କୁ ଠାରୁ ୭୦ ଗ୍ରାମ ସୁନା ଓ ୧୫୦ଗ୍ରାମ ରୁପା ଜବତ କରିଛି ପୋଲିସ । ଲୁଟ ସମୟରେ ବାଧା ଦେଲେ  ଲୋକମାନଙ୍କୁ ମରଣାନ୍ତକ ଆକ୍ରମୃଣ କରିବାକୁ ପଛାଉ ନଥିଲେ। ନଣ୍ଡା ଓ ନାଲୁ ଏପରକି ଚୋରି କରିବା ସମୟରେ ଦୁଷ୍କର୍ମ କରିବାକୁ ପଛେଇ ନଥିବା ପୋଲିସ ପାଖରେ ଅଭିଯ଼ୋଗ ହୋଇଛ । ସୋମବାର ଦୁଇ ଜଣଙ୍କୁ ଭୁବନେଶ୍ୱର ଧଉଳି, ଖଣ୍ଡଗିରି, ବାଲିଆନ୍ତା ଓ ଅସ୍ତରଙ୍ଗ ଥାନାରେ ହୋଇଥିବା ୧୧ଟି ମାମଲାରେ ପୋଲିସ ଗରିଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ଏହି ଦୁଇ ଜଣଙ୍କ ନାମରେ ମାଳ ମାଳ ଅପରାଧିକ ମାମଲା ରହିଛି। ନଣ୍ଡା ଓ ନାଲୁ ନାମରେ ବିଭିନ୍ନ ଥାନରେ ୪୮ଟି ମାମଲା ରହିଛି।

ଏହି ୨ଜଣ ବାରମ୍ବାର ପୋଲିସ ହାତରେ ଗିରଫ ହୋଇ ଜେଲ ଯାଇଛନ୍ତି। ୨ଜଣଙ୍କର ଅପରାଧ ନେଟୱାର୍କ ବେଶ ଲମ୍ବା ଥିବାରୁ ଅଧିକା ଛାନଭିନ କରିବା ପାଇଁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ।  ୨ ଜଣଙ୍କ ନାମରେ ୬୦ରୁ ଅଧିକ ଅପରାଧିକ ମାମଲା ଥିବାରୁ ୧୧୦ରେ ବୁକ କରିବା ଯିବାକୁ ଯ଼ୋଜନା କରା ଯାଉଥିବା ଭୁବନେଶ୍ୱର  ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି।

Leave a Reply