୪ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ରାହାମାରୁ ଅଭିଯୁକ୍ତ ଦାଦାକୁ ଗିରଫ କଲା ପୋଲିସ

ଭୁବନେଶ୍ୱର :  ରାଜଧାନୀରେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ । ରାହାମାରୁ ହତ୍ୟାକାରୀ ଦାଦା ଘନିଆ ଦାସକୁ ଗିରଫ କରିଛି ପୋଲିସ । ହତ୍ୟା କରିବା ପରେ ଜଗତସିଂହପୁର ବାଲିକୁଦା ସ୍ଥିତ ଶ୍ବଶୁର ଘର ଓ ପରେ ବୋରିକିନା ଯାଇଥିଲା ଅଭିଯୁକ୍ତ । ସେଠାରୁ ରାହାମା ଷ୍ଟେସନ ଯାଇ ଚେନ୍ନାଇ ଯିବା ପାଇଁ ଟିକେଟ କାଟୁଥିଲା । ଠିକ୍ ଏହି ସମୟରେ ଘନିଆର ଜଣେ ସମ୍ପର୍କୀୟଙ୍କ ଜରିଆରେ ଅଭିଯୁକ୍ତ ପାଖରେ ପହଞ୍ଚି ଗିରଫ କରିଥିଲା ।

ଏହି ଘଟଣାରେ ୧୫ ଦିନ ମଧ୍ୟରେ ଚାର୍ଜସିଟ୍ ପ୍ରଦାନ ଓ ୩ ମାସ ମଧ୍ୟରେ ଦୋଷୀକୁ ଦଣ୍ଡ ବିଧାନ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ ହୋଇଛି । ଫରେନସିକ ଟିମ୍ ପକ୍ଷରୁ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ ଓ ସାମ୍ପୁଲ କଲେକସନ କରିଛି ।

ନିଶା ନିବାରଣ କେନ୍ଦ୍ରରୁ ଫେରି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଅଭିରାମ ବସ୍ତିର କେଳା ସାହିରେ ଘଟିଥିଲା ହତ୍ୟାକାଣ୍ଡ । କୁନି ଝିଅକୁ ଚକୋଲେଟ୍ ଦେବାକୁ କହି ଦୁଷ୍କର୍ମ କରିଥିଲା ଯୌନ ପିପାଶୁ । କାହାକୁ କହିଦେବା ଭୟରେ ଦୁଷ୍କର୍ମ ପରେ କାଟିଥିଲା ତଣ୍ଟି ।