ପୋଲିସ ଖୋଜୁଛି ଦିଲ୍ଲୀ ହିଂସାକାଣ୍ଡ ପଛର ରାଜ୍

ଦିଲ୍ଲୀ: ଦିଲ୍ଲୀରେ କୁହୁଳୁଛି ପାଉଁଶ ତଳର ନିଆଁ । ଲାଗିରହିଛି ଚାପା ଉତ୍ତେଜନା ଓ ଭୟ । ସେପଟେ କେମିତି ହେଲା ହିଂସାକାଣ୍ଡ ? ଅଘଟଣ ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର ? ଦିଲ୍ଲୀ ପୋଲିସ ଅପରାଧ ଶାଖାର ଏସଆଇଟି ଗତକାଲି ରାତିରୁ ଆରମ୍ଭ କରିଛି ଯାଞ୍ଚ । ୭ ଦିନ ମଧ୍ୟରେ ପୋଲିସକୁ ହିଂସା ସଂପର୍କିତ ଫଟୋ, ଭିଡିଓ ଫୁଟେଜ୍‌ କିମ୍ବା ଅନ୍ୟ ପ୍ରମାଣ ପୋଲିସକୁ ଦେବା ପାଇଁ କୁହାଯାଇଛି । ସେପଟେ ହିଂସା ଘଟଣାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ୪୮ ଏଫଆଇଆର ଜାରି କରିଥିବା ବେଳ ୧୩୦ଜଣଙ୍କୁ ଗିରଫ କରିଛି ।

Image result for Police are searching for the culprit behind the Delhi violence

ସେହିପରି ୪ଶହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଧାରରେ ଗିରଫଦାରୀ କରାଯାଉଛି । ହିଂସା ପ୍ରଭାବିତ ଅଞ୍ଚଳରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଏଥିସହ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମ।ଇବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ କରାଯାଉଛି ।

Image result for Police are searching for the culprit behind the Delhi violence

ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆପ୍‌ ନେତା ତାହିର ହୁସେନ୍‌ ଓ ତାଙ୍କ ସହଯୋଗୀଙ୍କ ନାଁରେ ଏଫଆଇଆର ହୋଇଛି । ତାହିରଙ୍କ ଘର ଓ ଫ୍ୟାକ୍‌ଟ୍ରି ସିଲ୍‌ ହୋଇଛି । ତାହିରଙ୍କୁ ଅଟକ ରଖି ପଚରାଉଚରା କରୁଛି ଦିଲ୍ଲୀ ପୋଲିସ । ସେପଟେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ଆମ୍‌ ଆଦମି ପାର୍ଟି ।

Leave a Reply