କୋଟିଆରେ ପୋଲିସ-ଗ୍ରାମବାସୀ ଧସ୍ତାଧସ୍ତି ପରିସ୍ଥିତି

1 min read

କୋଟିଆ: କୋଟିଆରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି । କୋଟିଆର କିଛି ଲୋକ ପୋଲିସ ସହିତ ଠେଲାପେଲା କରିଥିବା ସୂଚନା ମିଳିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ଆଜି କୋଟିଆରେ ଭୋଟ୍ ହେଉଛି । ଲୋକେ ଭୋଟ ଦେବା ପାଇଁ ଯିବାବେଳେ ଧସ୍ତାଧସ୍ତି ହୋଇଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି ରହିଛି । କୋଟିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଜାରି ରହିଛି ।

ଅନ୍ୟପଟେ ଓଡ଼ିଶାର ବିରୋଧ ସତ୍ତ୍ୱେ ଆଜି କୋଟିଆରେ ପଡିବ ଭୋଟ୍ । ନିଜେ ଦେଇଥିବା ନିର୍ଦ୍ଦେଶରୁ ଓହରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଆନ୍ଧ୍ର ସରକାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ବିଜ୍ଞପ୍ତି ଅନୁଯାୟୀ ଆଜି କୋଟିଆ ପଂଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଛି ଆନ୍ଧ୍ର ।

ଏହାକୁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ପ୍ରବଳ ବିରୋଧ କରିଛନ୍ତି । କୋଟିଆ ପାଇଁ ଉଠିଛି ଗୋଟିଏ ସ୍ୱର । ଗତକାଲିଠୁ ବିଜେଡି , ବିଜେପି ଓ କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମା ରାସ୍ତା ଉପରେ ଧାରଣା ବସିଛନ୍ତି । ସୀମାନ୍ତରେ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି । ଓଡିଶାର କୌଣସି ଭୋଟରଙ୍କୁ ଆନ୍ଧ୍ର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ବି ଆଜି ଆନ୍ଧ୍ର କୋଟିଆରେ ନିର୍ବାଚନ କରିବା ନେଇ ସୂଚନା ରହିଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner