ନକ୍ସଲ କ୍ୟାମ୍ପ ଉପରେ ଡ୍ରୋନରୁ ବୋମାମାଡ଼

1 min read
Police Air Strike In Bijapur Targeting Naxals

ମାଲକାନଗିରି: ନକ୍ସଲଙ୍କୁ ଟାର୍ଗେଟ୍ କରି ଆକାଶ ମାର୍ଗରୁ ବୋମାମାଡ଼ । ଡ୍ରୋନ୍ ସାହାଯ୍ୟରେ ସୁରକ୍ଷା ବଳ ବିଜାପୁର ଜଙ୍ଗଲରେ ମାଓବାଦୀଙ୍କ ଉପରକୁ ବୋମା ପକାଇଛି । ଏନେଇ ଖୋଦ୍ ମାଓବାଦୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି (ଡି.କେ.ଜେ.ସି.ସି) ମୁଖପାତ୍ର ପ୍ରେସ୍ ନୋଟ୍ ଜାରି କରି  ସୂଚନା ଦେଇଛନ୍ତି । ପ୍ରେସ୍ ନୋଟ୍ ସହିତ ଫଟୋ ଏବଂ ଭିଡିଓ ମଧ୍ୟ ପ୍ରମାଣ ଭାବରେ ଦେଇଛନ୍ତି ମାଓବାଦୀ ।

ମାଓ ମୁଖପାତ୍ର ବିକଳ୍ପ ଅଭିଯୋଗ କରିଛନ୍ତି- ଗତ ଏପ୍ରିଲ୍ ୧୯ରେ ପୋଲିସ ଦ୍ୱାରା ଡ୍ରୋନ୍ ଜରିଆରେ ୧୨ଟି ବୋମା ଫିଙ୍ଗା ଯାଇଥିଲା । ଡ୍ରୋନ୍ ଆକ୍ରମଣ ପୂର୍ବରୁ ଚତୁରତାର ସହିତ ମାଓବାଦୀମାନେ ସ୍ଥାନ ପରିବର୍ତ୍ତନ କରିଥିଲେ । ଫଳରେ ମାଓବାଦୀଙ୍କୁ କୌଣସି କ୍ଷତି ହୋଇନାହିଁ ।

ମାଓବାଦୀଙ୍କ କହିବା ଅନୁସାରେ ପାମେଡ୍ ପୋଲିସ ଷ୍ଟେସନ ବୋତ୍ତାଲାଙ୍କା ଏବଂ ପାଲାଗୁଡେମ ଗାଁରେ ଡ୍ରୋନ୍ ଆକ୍ରମଣ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏଭଳି କରିବା ମାଓ ସଂଗଠନ ଦାବି କରିଛି । ବୋମା ମାଡ଼ ଦ୍ୱାରା ଆଦିବାସୀଙ୍କୁ ବହୁ ମାତ୍ରାରେ କ୍ଷତି ପହଞ୍ଚିବ ବୋଲି ସଂଗଠନ ପ୍ରେସ୍ ବିବୃତିରେ ଉଲେଖ କରିଛି ।

ସୂଚନାଯୋଗ୍ୟ ଛତିଶଗଡ଼ର ବିଜାପୁର ସୁକ୍‌ମାରେ ସୁରକ୍ଷା କର୍ମୀଙ୍କ ମାଓ ବିରୋଧୀ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ । ଏହାପରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ମାଓବାଦୀଙ୍କୁ ଟାର୍ଗେଟ୍ କରି ବଡ଼ ଆକ୍ରମଣ କରାଯାଇଥିବା କୁହାଯାଉଛି ।

Leave a Reply