ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କୁ ପୁଣିଥରେ ଗିରଫ କଲା ସମ୍ବଲପୁର ପୋଲିସ । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ଦାବି ଜଣାଇବାକୁ ଚାଷୀ ସଂଗଠନ ଯାଇଥିବାବେଳେ ରାସ୍ତାରୁ ଗିରଫ କରିଛି ସମ୍ବଲପୁର ପୋଲିସ । ଜେଲ୍ ଛକରେ ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ନେଇଛି ପୋଲିସ୍ । ଯାହାକୁ ଚାଷୀ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ସମ୍ବଲପୁର ଜିଲ୍ଲାରେ ଗତ ନଭେମ୍ବର ମାସ ୨୮ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି । ମାତ୍ର ଏ ପର୍ଯ୍ୟନ୍ତ ସମସ୍ତ ଧାନ ବିକ୍ରି କରି ପାରିନାହିଁ ଚାଷୀ । ତେବେ ସରକାର ଶୁଣିବା ପରିବର୍ତ୍ତେ ଚାଷୀଙ୍କୁ ଗିରଫ କରିଥିବା କହିଛନ୍ତି ଚାଷୀନେତା । ଗତକାଲି କୃଷି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ପାଇଁ ଆୟୋଜନ କରିଥିଲେ ଚାଷୀ ସଂଗଠନ । କିନ୍ତୁ ତା ପୂର୍ବରୁ ଯେତେବେଳେ ଚାଷୀଙ୍କୁ ଗିରଫ କରିଛି ପୋଲିସ । ଏହାର ପ୍ରତିବାଦରେ ଯୁଦ୍ଧଂଦେହୀ ଡାକରା ଦେଇଛି ଚାଷୀ ସଂଗଠନ ।

