spot_img

Latest Posts

ଅମାନିଆଙ୍କୁ ସାବାଡ଼ କଲା ଓଡ଼ିଶା ପୋଲିସ, ଗୋଟିଏ ଦିନରେ ୨୩ଲକ୍ଷ ୧୮ହଜାର ୬୫୦ଟଙ୍କା ତଣ୍ଡ ଗଣିଲେ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ଜାରି ହୋଇଛି। ଲକ୍‌ଡାଉନ ବେଳେ ଜରୁରୀକାଳୀନ ପରିସ୍ଥିତିରେ କାମ ଥିଲେ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାହା ପୁଣି ବାଇକରେ କେବଳ ଜଣେ ଲୋକ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଭଳି ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ଅମାନିଆ। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତକାଲି ଓ ଆଜି ମଧ୍ୟରେ ଓଡ଼ିଶା ପୋଲିସ ଅନେକ ଅମାନିଆଙ୍କୁ ସାବାଡ କରିଛି। କୋଭିଡ  ନିୟମ ଉଲ୍ଲଂଘନ ଅଭିଯୋଗରେ ୨୭ଜଣ ଅମାନିଆ ଗିରଫ ହୋଇଛନ୍ତି । ୪ଟି କେସ୍ ରେଜିଷ୍ଟର ହୋଇଥିବା ବେଳେ ୫୫୭ ଗାଡ଼ି ସିଜ୍ ହୋଇଛି । ୨୩ଲକ୍ଷ ୧୮ହଜାର ୬୫୦ଟଙ୍କା ଫାଇନ୍  ଆଦାୟ ହୋଇଛି। ଜନସାଧାରଣଙ୍କୁ ସଚେତନ କରିିବା ସତ୍ୱେ ମାନୁନଥିବାରୁ ଏପରି କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ତେଣୁ ସତର୍କ ଓ ସଚେତନ ରହିବାକୁ ଟ୍ୱିଟ୍ କରି ଲୋକଙ୍କୁ ଚେତାଇଛି ଓଡ଼ିଶା ପୋଲିସ ।

Latest Posts

Don't Miss