ଓଡ଼ିଶାର ହକ ପାଇଁ କାଲିଠୁ କ୍ରିୟାନୁଷ୍ଠାନ କମିଟିର ଲଢେଇ : ସମର୍ଥନ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ହକ ପାଇଁ କାଲିଠୁ କ୍ରିୟାନୁଷ୍ଠାନ କମିଟିର ଲଢେଇ । ସମର୍ଥନ କରିବ ବିଜେଡି। ପୋଲାଭରମ ପ୍ରକଳ୍ପରେ ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଇ ଓଡିଶାକୁ ଉପେକ୍ଷିତ କରୁଛନ୍ତି ଡବଲ ଇଞିନ ସରକାର । କେନ୍ଦ୍ରର ଏକ ପାଖିଆ ନିଷ୍ପତ୍ତିରେ ମାଲକାନଗିରି ଜିଲ୍ଲା ବୁଡ଼ିବା ସହ ଓଡ଼ିଶାର ବ୍ଯାପକ କ୍ଷତି କରିବ । ଏହା ବିରୋଧରେ କାଲି ପୋଲାଭରମ ପ୍ରତିବାଦ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିବ। ଏହାକୁ ବିଜେଡି ସମର୍ଥନ କରୁଥିବା ବେଳେ ପୋଲାଭରମ ହକ ନପାଇବା ଯାଏ ବିଜେଡି ଲଢେଇ ଜାରି ରଖିବ ବୋଲି କହିଛି । ପୋଲାଭରମ ନେଇ ଦଳ ଦିଲ୍ଲୀରୁ ପଲ୍ଲୀ ଯାଏ ଲଢ଼େଇ କରୁଛି । ଯେଉଁ ସଙ୍ଗଠନ ଏହି ଲଢ଼େଇରେ ସାମିଲ ହେବେ ଦଳ ତାହାକୁ ସମର୍ଥନ ଦେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟ ସ୍ବାର୍ଥକୁ ଗୁରୁତ୍ଵ ଦେଇ କାମ କରୁଛନ୍ତି ବୋଲି ବିଜେଡି କହିଛି । ପଡୋଶୀକୁ ଖୁସି ପାଇଁ ଓଡ଼ିଶାକୁ ଦୁଃଖ ଦେଉଛି ଡବଲ ଇଂଜନ ସରକାର । ପୋଲାଭରମ ପ୍ରକଳ୍ପ କାମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଆନ୍ଧ୍ର ସରକାରଙ୍କୁ ସ୍ବତନ୍ତ୍ର ଅନୁଦାନ ଦେଇଛି ଡବଲ ଇଞ୍ଜିନ ସରକାର । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶା ମାନଚିତ୍ରରୁ ହଜିଯିବ ମାଲକନଗିରି ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକର ବହୁ ଗ୍ରାମ । ଆନ୍ଧ୍ରପ୍ରଦେଶକୁ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି ।