ପରଲୋକରେ ବିପ୍ଲବୀ କବି ରବି ସିଂ

ପରଲୋକରେ ବିପ୍ଲବୀ କବି ରବି ସିଂ । ୧୯୩୪ ମସିହାରେ, ତତ୍କାଳୀନ କଟକ ଜିଲ୍ଲାର ନବପାଟଣାଠାରେ ଜନ୍ମଗ୍ରହଣ କରିଥିଲେ । ୮୯ ବର୍ଷ ବୟସରେ କଟକରେ ତାଙ୍କର ଦେହାନ୍ତ ହୋଇଛି । ରବି ସିଂ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ରବି ସିଂଙ୍କ ମୃତ୍ୟୁକୁ ନେଇ ସାହିତ୍ୟିକ ମହଲରେ ଶୋକର ଛାୟା ।

Image result for କବି ରବି ସିଂ

ରବି ସିଂଙ୍କ ସାହିତ୍ୟିକ ଜୀବନ ୧୯୫୫ ମସିହା ପରେ ଆରମ୍ଭ ହୋଇଥିଲା । ୧୯୬୧ରେ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର କବି ଭାବରେ ପରିଚିତ ଥିଲେ । ଉପଯୁକ୍ତ ଶବ୍ଦ ଓ ଛନ୍ଦର ସଂଯୋଜନା ତାଙ୍କ କବିତାର ଅନ୍ୟ ଏକ ବିଶିଷ୍ଟତା । ଅନୁବାଦ ସାହିତ୍ୟରେ ମଧ୍ୟ ସେ ଧୂରୀଣ ଥିଲେ । ସେ ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ପଥ ପ୍ରାନ୍ତର କବିତା, ଚରମ ପତ୍ର, ଲାଲ୍‌ ପାଗୋଡାର ପ୍ରେତ, ଭ୍ରୁକୁଟି, ବିଦୀର୍ଣ୍ଣ, ପଦାତିକ, ଅପ୍ରୀତିକର କବିତା, ଜ୍ୱାଳାର ମାଳା ପରି ରଚନା ତାଙ୍କୁ ସବୁଦିନେ ସାହିତ୍ୟିକ ମହଲରେ ଅମର କରି ରଖିବ ।

Leave a Reply