ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ, ପୀଡିତାଙ୍କୁ ୭ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ
ବରଗଡ଼: ବରଗଡ଼ ଅମ୍ବାଭୋନାରେ ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା । ପକ୍ସୋ କୋର୍ଟରେ ରାୟ ପ୍ରକାଶ । ଦୋଷୀକୁ ଆଜୀବନ କାରାଦଣ୍ଡ ସହ ପୀଡିତା ନାବାଳିକାଙ୍କୁ ୭ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଗତ ୨୦୧୮ ଜୁନ୍ ୧ରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ନାଗେଶ୍ବର ଦାସ ନାବାଳିକାର ବାପାକୁ ହତ୍ୟା ପରେ ଝିଅକୁ ଆକ୍ରମଣ କରି ଅଚେତ କରିଦେଇଥିଲା ।
ପରେ ନାବଳିକା ସହ ଦୁଷ୍କର୍ମ କରିଥିଲା ନାଗେଶ୍ବର । ଦୁଷ୍କର୍ମ ପରେ ନାଗେଶ୍ୱର ଚମ୍ପଟ ମାରିଥିଲା । ଏହି ଘଟଣାରେ ପକ୍ସୋ କୋର୍ଟ ୩୪ ଜଣ ସାକ୍ଷ ଗ୍ରହଣ କରିବା ପରେ ଆଜି ରାୟ ଶୁଣାଇଛନ୍ତି । ଦୋଷୀ ନାଗେଶ୍ବର ନାଁରେ ଆଇପିସି ଧାରା 302, 376, 307, 452ରେ ମାମଲା ରୁଜୁ ହୋଇଥିଲା । ପୂର୍ବତନ ଡିଏସପି ନଗେନ୍ଦ୍ର ପ୍ରସାଦ ନାୟକ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ ।