ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ ସହ ଜରିମାନା

Pocso Court Sentenced 20 Years Jail To Rapist

କଟକ: ଏକ ନାବାଳିକା ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି । ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦ ବର୍ଷ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦେୟ ରହିଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । କଟକ ସ୍ୱତନ୍ତ୍ର ପୋକ୍ସୋ ଆଡହକ ଫାଷ୍ଟଟ୍ରାକ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

Pocso Court Sentenced 20 Years Jail To Rapist

୨୦୧୮ ଅଗଷ୍ଟ ୧୨ ତାରିଖରେ ଜଗତପୁର ନିମପୁରରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ନାବାଳିକା ଜଣଙ୍କ ଏକାକୀ ଥିବାବେଳେ ଘରେ ପଶି ଭିତରୁ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲା ତୋଫାନ । ଏହି ଘଟଣାରେ ଅଭିଯୁକ୍ତ ତୋଫାନ କୁମାର ଜେନାକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି ।

୧୪ଟି ତଥ୍ୟ ପ୍ରମାଣ ଓ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୀଡ଼ିତା ନାବାଳିକାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୀଡ଼ିତାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ବ୍ୟାଙ୍କରେ ଏହି ଟଙ୍କା ଫିକ୍ସ ଡିପୋଜିଟ୍ ହୋଇ ରହିବ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଜରିଆରେ ଦିଆଯିବ କ୍ଷତିପୂରଣ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବିଶ୍ୱଜିତ୍ ରାୟ ମାମଲା ପରିଚାଳନା କରୁଥିଲେ ।