ଆସନ୍ତା ୩୦ ତାରିଖରେ ହେବ Poco M2 Proର ପରବର୍ତ୍ତୀ ସେଲ୍, ୧୩,୯୯୯ରୁ ଦାମ୍ ଆରମ୍ଭ

1 min read
Poco M2 Pro set for next sale on 30th july

ନୂଆଦିଲ୍ଲୀ: ପୋକୋ M2 ପ୍ରୋ Pro ର ପରବର୍ତ୍ତୀ ବିକ୍ରି ଭାରତରେ ଜୁଲାଇ ୩୦ ତାରିଖରେ ହେବ । ପୋକୋ ଇଣ୍ଡିଆ, ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛି। କମ୍ପାନୀ ଏହି ମାସ ଆରମ୍ଭରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା ​​ଏବଂ ଏହାର ପ୍ରଥମ ସେଲ୍ ମଙ୍ଗଳବାର ଦିନ ରଖାଯାଇଥିଲା। ଭାରତୀୟ ବଜାରରେ ପୋକୋ F2 ଏବଂ ପୋକୋ X2 ପରେ କମ୍ପାନୀର ପୋକୋ M2 ପ୍ରୋ ହେଉଛି ତୃତୀୟ ସ୍ମାର୍ଟଫୋନ୍ । ପୋକୋ M2 ପ୍ରୋ ର ୪GB RAM + ୬୪ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା, ୬ GB + ୬୪GB ଭାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ଥିବାବେଳେ ୬ GB + ୧୨୮GB ଭାରିଆଣ୍ଟର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ଏହି ଫୋନ୍ ତିନୋଟି ରଙ୍ଗ – ବ୍ଲୁ, ଗ୍ରୀନ୍ ଆଣ୍ଡ ଗ୍ରୀନର୍ ଓ ଟୁ ଶେଡ୍ସ ଅଫ୍ ବ୍ଲାକ୍ ରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ।

ପୋକୋ ଇଣ୍ଡିଆର ଟୁଇଟ୍ ଅନୁସାରେ, ପୋକୋ M2 ପ୍ରୋ ବିକ୍ରି ଜୁଲାଇ ୩୦ ତାରିଖରେ ମଧ୍ୟାହ୍ନ ୧୨ଟାରୁ ଫ୍ଲିପକାର୍ଟରେ ହେବ । ପୋକୋ M2 ପ୍ରୋ ପାଇଁ ଫ୍ଲାସ ସେଲ୍ ଏହି ସପ୍ତାହରେ ଆରମ୍ଭ କରାଯାଇଥିଲା । ଅବଶ୍ୟ, ସେଲ୍ ପାଇଁ ଉପଲବ୍ଧ ହେବା ମାତ୍ରେ ଷ୍ଟକ୍ ଖାଲି ହୋଇଯାଇଥିଲା । କିଛି ଗ୍ରାହକ ଫୋନ୍ ର ସୀମିତ ଉପଲବ୍ଧତା ନେଇ ମଧ୍ୟ ଅଭିଯୋଗ କରିଥିଲେ।

ଡୁଆଲ୍-ସିମ୍ (ନାନୋ) ସପୋର୍ଟ ଥିବା ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ଆଧାରିତ MIUI ୧୧ରେ ଚାଲୁଛି ଏବଂ ଏଥିରେ ୬.୬୭-ଇଞ୍ଚ ଫୁଲ୍-ଏଚଡି + (୧୦୮୦ x ୨,୪୦୦ପିକ୍ସେଲ) ଡିସପ୍ଲେ ରହିଛି । ଫୋନ୍ ରେ ୫୦୦୦mAh ବ୍ୟାଟେରୀ ଏବଂ ୩୩W ଫାଷ୍ଟ ଚାର୍ଜିଂ ମଧ୍ୟ ଦିଆଯାଇଛି ।

ଫଟୋଗ୍ରାଫି ପାଇଁ ଏହା ପଛରେ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ୪୮ MP ପ୍ରାଇମେରୀ କ୍ୟାମେରା, ୮ MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା, ୫ MP ମାକ୍ରୋ କ୍ୟାମେରା ଏବଂ ୨ MP ଡେପ୍ଥ କ୍ୟାମେରା ରହିଛି । ସେଲ୍ଫି ପାଇଁ ଏହାର ହୋଲ୍-ପଞ୍ଚ କଟ୍ଆଉଟ୍ ରେ ୧୬MP କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନରେ ୬ GB LPDDR4X RAM ସହିତ ଏକ ଅକ୍ଟୋ-କୋର ସ୍ନାପଡ୍ରାଗନ୍ ୭୨୦G ପ୍ରୋସେସର ରହିଛି ।

Leave a Reply