ଆସନ୍ତା ୩୦ ତାରିଖରେ ହେବ Poco M2 Proର ପରବର୍ତ୍ତୀ ସେଲ୍, ୧୩,୯୯୯ରୁ ଦାମ୍ ଆରମ୍ଭ
1 min readନୂଆଦିଲ୍ଲୀ: ପୋକୋ M2 ପ୍ରୋ Pro ର ପରବର୍ତ୍ତୀ ବିକ୍ରି ଭାରତରେ ଜୁଲାଇ ୩୦ ତାରିଖରେ ହେବ । ପୋକୋ ଇଣ୍ଡିଆ, ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛି। କମ୍ପାନୀ ଏହି ମାସ ଆରମ୍ଭରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା ଏବଂ ଏହାର ପ୍ରଥମ ସେଲ୍ ମଙ୍ଗଳବାର ଦିନ ରଖାଯାଇଥିଲା। ଭାରତୀୟ ବଜାରରେ ପୋକୋ F2 ଏବଂ ପୋକୋ X2 ପରେ କମ୍ପାନୀର ପୋକୋ M2 ପ୍ରୋ ହେଉଛି ତୃତୀୟ ସ୍ମାର୍ଟଫୋନ୍ । ପୋକୋ M2 ପ୍ରୋ ର ୪GB RAM + ୬୪ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା, ୬ GB + ୬୪GB ଭାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ଥିବାବେଳେ ୬ GB + ୧୨୮GB ଭାରିଆଣ୍ଟର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ଏହି ଫୋନ୍ ତିନୋଟି ରଙ୍ଗ – ବ୍ଲୁ, ଗ୍ରୀନ୍ ଆଣ୍ଡ ଗ୍ରୀନର୍ ଓ ଟୁ ଶେଡ୍ସ ଅଫ୍ ବ୍ଲାକ୍ ରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ।
ପୋକୋ ଇଣ୍ଡିଆର ଟୁଇଟ୍ ଅନୁସାରେ, ପୋକୋ M2 ପ୍ରୋ ବିକ୍ରି ଜୁଲାଇ ୩୦ ତାରିଖରେ ମଧ୍ୟାହ୍ନ ୧୨ଟାରୁ ଫ୍ଲିପକାର୍ଟରେ ହେବ । ପୋକୋ M2 ପ୍ରୋ ପାଇଁ ଫ୍ଲାସ ସେଲ୍ ଏହି ସପ୍ତାହରେ ଆରମ୍ଭ କରାଯାଇଥିଲା । ଅବଶ୍ୟ, ସେଲ୍ ପାଇଁ ଉପଲବ୍ଧ ହେବା ମାତ୍ରେ ଷ୍ଟକ୍ ଖାଲି ହୋଇଯାଇଥିଲା । କିଛି ଗ୍ରାହକ ଫୋନ୍ ର ସୀମିତ ଉପଲବ୍ଧତା ନେଇ ମଧ୍ୟ ଅଭିଯୋଗ କରିଥିଲେ।
ଡୁଆଲ୍-ସିମ୍ (ନାନୋ) ସପୋର୍ଟ ଥିବା ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ଆଧାରିତ MIUI ୧୧ରେ ଚାଲୁଛି ଏବଂ ଏଥିରେ ୬.୬୭-ଇଞ୍ଚ ଫୁଲ୍-ଏଚଡି + (୧୦୮୦ x ୨,୪୦୦ପିକ୍ସେଲ) ଡିସପ୍ଲେ ରହିଛି । ଫୋନ୍ ରେ ୫୦୦୦mAh ବ୍ୟାଟେରୀ ଏବଂ ୩୩W ଫାଷ୍ଟ ଚାର୍ଜିଂ ମଧ୍ୟ ଦିଆଯାଇଛି ।
ଫଟୋଗ୍ରାଫି ପାଇଁ ଏହା ପଛରେ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ୪୮ MP ପ୍ରାଇମେରୀ କ୍ୟାମେରା, ୮ MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା, ୫ MP ମାକ୍ରୋ କ୍ୟାମେରା ଏବଂ ୨ MP ଡେପ୍ଥ କ୍ୟାମେରା ରହିଛି । ସେଲ୍ଫି ପାଇଁ ଏହାର ହୋଲ୍-ପଞ୍ଚ କଟ୍ଆଉଟ୍ ରେ ୧୬MP କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନରେ ୬ GB LPDDR4X RAM ସହିତ ଏକ ଅକ୍ଟୋ-କୋର ସ୍ନାପଡ୍ରାଗନ୍ ୭୨୦G ପ୍ରୋସେସର ରହିଛି ।