ୟୁଟ୍ୟୁବରୁ ଶିଖିଥିଲେ ଏଟିଏମ୍ ଲୁଟର ତରିକା: ଭାଇଜାଗ୍‌ରୁ ଭୁବନେଶ୍ୱର ସବୁଠି କରିଥିଲେ ଆପ୍ଳାଏ

1 min read

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏଟିଏମରୁ ୨୮ ଲକ୍ଷ ଲୁଟ ଘଟଣା । ଦୁଇ ଅଭିଯୁକ୍ତଙ୍କୁ ୩ ଦିନ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ଲୁଟ ପୂର୍ବରୁ କରିଥିଲେ ରେକି । କେମିତି ଏଟିଏମ ଲୁଟ କରିଥିଲେ, ତା’ର ଡେମୋ ଦେଖାଇଥିଲା ଲୁଟେରା  । ଟଙ୍କା ଲୁଟିବା ପରେ ଇଞ୍ଜଣା କେନାଲରେ ଫିଙ୍ଗିଥିଲେ ଗ୍ୟାସ ହାଣ୍ଡି ଓ କଟର । ରିମାଣ୍ଡ ସମୟରେ ଏଟଏମ ଲୁଟର ଫଣ୍ଡାକୁ ଛାନଭିନ୍ କରିବ ସ୍ପେଶାଲ ସ୍କାର୍ଡ । ୩ ଦନିଆ ରିମାଣ୍ଡରେ ଆସିଲା ପରେ ସ୍ପେଶାଲ ସ୍କାର୍ଡ ଓ ଇନଫୋସିଟି ଥାନା ପୋଲିସ ଝାଳବୁହା ଜେରା କରିଛନ୍ତି ।

ଲୁଟେରା ଦେଖାଇଛନ୍ତି ଲୁଟ ତରିକା । ପିଏନବି ଏଟିଏମ  ଲୁଟର କ୍ରାଇମ ରିକ୍ରିଏସନ କଲା ସ୍ପେଶାଲ ସ୍କାର୍ଡ । କେମିତି ଏଟିଏମ ଲୁଟିଥିଲେ, ପୋଲିସ ଦେଖିଲା ଲୁଟେରାଙ୍କ ଡେମୋ । ସମର ଜିତ ସିଂଙ୍କ ଶିକ୍ଷାଗତ ଯୋଗ୍ୟତ ଅଷ୍ଟମ ପାସ୍ । ଜାଫର ସଦିକ- ଶିକ୍ଷାଗତ ଯୋଗ୍ୟତା  ଯୁକ୍ତ ଦୁଇ । ହେଲେ ଲୁଟ ବେଳେ ଇନଞ୍ଜନିୟରିଂଙ୍କ ମୁଣ୍ଡ  ଖେଳାଉଥିଲେ ଏହି ଦୁଇ ଲୁଟେରା  । ସମରଜିତ ଓ ଜାଫର ଜେଲରେ ପରିଚୟ ହୋଇଥିଲେ । କୋଟିପତି ହେବା ପାଇଁ ଏଟିଏମ ଲୁଟ ପାଇଁ ଯୋଜନା କରିଥିଲେ । ୟୁଟ୍ୟୁବରୁ ଶିଖିଥିଲେ ଲୁଟର ଟେକନିକ୍  । ୫ ତାରିଖରେ ଭୁବନେଶ୍ୱର ଆସିଥିଲେ ।

ଲଗାତର ୫ ଦିନ ଏଟିଏମ ଲୁଟ ପାଇଁ ଚେଷ୍ଟା କରିଥିଲେ । ପ୍ରଥମ ଦିନରେ ଦୁଇ ଜଣ ଲୁଟେରା ଲୁଟ କରିଥିଲେ ଅନସ୍ପଟରେ ଗୋଟି ଗୋଟି କରି ଦେଖାଇଛନ୍ତି  । ଲୁଟ ପୂର୍ବରୁ ଇନଫୋସିଟି ଅଞ୍ଚଳର ଏକ ହୋଟେଲେ ରହିଥିଲେ । ଏଟିଏମର ଲୁଟ ନେଇ ରେକି କରିବା ପରେ ନୂଆ ଗ୍ୟାସ ହାଣ୍ଡି ଓ କଟର କିଣିଥିଲେ । ଗତ ୧୧ ଅକ୍ଟୋବରରେ ତାଡି ଲୁଟ କରି ବିମାନରେ ଦିଲ୍ଲୀ ଯାଇଥିଲେ । ସେଠାରୁ କାର ଭଡ଼ା କରି ପଞ୍ଜାବ । ତା’ ପରେ ବାଙ୍ଗାଲୋର ଓ ୨୦ ରେ ଭାଇଜାଗ ଯାଇଥିଲେ ।  ପୁଣି ଥରେ ଭାଇଜାର ୮ ଲକ୍ଷ ଲୁଟ କରିବା ପରେ ବାଙ୍ଗାଲୋର ଆସିଥିଲେ । ତା’ ପରେ ୨୩ ତାରିଖରେ ବାଙ୍ଗାଲୋରରେ ସ୍ପେଶାଲ ସ୍କାଡର ଜାଲକୁ ଆସିଥିଲେ ବୋଲି ପୋଲିସ କହିଛି ।

୩ ଦନିଆ ରିମାଣ୍ଡରେ ସ୍ପେଶାଲ ସ୍କାର୍ଡର ଫୋକସରେ ରହିବ । ଦୁଇ ଜଣ ଭୁବନେଶ୍ୱରକୁ କେମିତି ଆସିଲେ । ଓଲା ଡ୍ରାଇଭରରୁ କେମିତି ବନିଲେ ଏଟିଏମ ଲୁଟେରା  ।  ପିଏନବିକୁ ଏଟିଏମକୁ କାହିଁକି ଟାର୍ଗେଟ କଲେ । ଲୁଟ ପୂର୍ବରୁ କିଭଳି ଯୋଜନା କରିଥିଲେ । ଲୁଟ ଟଙ୍କାକୁ ନେଇ କଣ କଲେ । କେଉଁଠାରେ ଟଙ୍କା ଇନଭେଷ୍ଟ କରିଛନ୍ତି କି । ସମ୍ପୃକ୍ତ ଏଟିଏମରୁ କେତେ ଟଙ୍କା ମିଳିଥିଲା । ଡ୍ରାଇଭର ହୋଇ ଗ୍ୟାସ କଟରରେ କାଟିବା ଟେକନିକ ଶଖିଲେ କେମିତି ।  ଭୁବନେଶ୍ୱର ଏୟାରପୋର୍ଟ ଦେଇ କେମିତି ନେଲେ ଟଙ୍କା  । କେବଳ ସେତିକି ମୁହେଁ ଜେରା ବେଳେ ଲୁଟେରାଙ୍କ ରୋଚକ ତଥ୍ୟ ପଦାକୁ ଆସିଛି  ।

ଭୁବନେଶ୍ୱର ଲୁଟ ପୂର୍ବରୁ ବାଲେଶ୍ୱର ଓ ଭଦ୍ରକରେ ଏଟିଏମ ତାଡ଼ିବା ପାଇଁ ଉଦ୍ୟମ କରିଥିଲେ  । ଲୁଟ ଟଙ୍କାରେ ମଉଜ କରୁଥିଲେ । ବ୍ରାଣ୍ଡ ସାର୍ଟପେଣ୍ଟ ପିନ୍ଧି ଷ୍ଟାର ହୋଟେଲେ ଅୟସ କରୁଥିଲେ । ଜାଫର ତାର ପତ୍ନୀଙ୍କ ପଛରେ ଟଙ୍କା ଉଡ଼ାଇଥିଲା । ସମରଜିତ ମୁଣ୍ଡରେ ଚୁଟି ରୋପଣ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବୋଲି ପୋଲିସ କହିଛି  । ଦୁଇ ଲୁଟେରା ହ୍ରାଇଦ୍ରାବାଦ, ବାଙ୍ଗାଲୋର, ଭାଇଜାଗ ଓ ଭୁବନେଶ୍ୱର ପୋଲିସ ମୋଷ୍ଟ ୱାଣ୍ଟେଡ ଥିଲେ । ୫ଟି ଜାଗାରୁ ଏଟିଏମ ତାଡ଼ି ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ କରିଥିଲେ । ଲୁଟ କରିବା ପରେ ବିମାନରେ ହିଁ ଯାତାୟତ କରୁଥିଲେ । ଗତ କାଲି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପରେ କୋର୍ଟରେ ହାଜର କରି ଝାରପଡ଼ା ଜେଲେ ହାଜର କରିଥିଲା ପୋଲିସ ।

Leave a Reply