ଆଜିଠୁ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

1 min read
PM Modi May Hold Meeting With States To

ନୂଆଦିଲ୍ଲୀ: ଗତ ୨ ସପ୍ତାହ ଧରି ଦେଶରେ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ଆଜିଠୁ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅପରାହ୍ନ ୩ଟାରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଭିଡିଓ କନଫରେନ୍‌ସିଂରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି । ଦେଶରେ ଅନ୍‌ଲକ୍‌ ୧.୦ ଜାରି ରହିଥିବା ବେଳେ ଏହାର ଅବଧି ବୃଦ୍ଧି ହେବ କି ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇପାରେ।

Modi Meeting
File pic

ଆଜି କେରଳ, ଆସାମ, ପଞ୍ଜାବ ସମେତ ସମସ୍ତ ପୂର୍ବୋତ୍ତର ରାଜ୍ୟ ସାମିଲ ହେବେ । ସେହିପରି ଆସନ୍ତାକାଲି ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଦିଲ୍ଲୀ ପରି ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ କାଲି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave a Reply