spot_img

Latest Posts

ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବା ପାଇଁ ସମସ୍ତ ଦଳକୁ ଆହ୍ଵାନ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବା ପାଇଁ ସମସ୍ତ ଦଳକୁ ଆହ୍ଵାନ କରାଯାଇଛି । ଏନଡିଏ ମେଣ୍ଟ ତରଫରୁ ପ୍ରଧାନମନ୍ତ୍ରୀ ଏହି ଆହ୍ଵାନ କରିଛନ୍ତି । ଆଜି ଏନଜିଏ ସଂସଦୀୟ ଦଳ ବୈଠକ ବସିଥିଲା । ଏହି ବୈଠକରେ ସିପି ରାଧାକ୍ରିଷ୍ଣନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା । ମେଣ୍ଟର ସବୁ ଦଳର ସହଯୋଗୀ ଯୋଗ ଦେଇଥିଲେ । ସମସ୍ତେ ସିପି ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସମସ୍ତଙ୍କ ସହିତ ରାଧାକ୍ରିଷ୍ଣନଙ୍କ ପରିଚୟ କରାଇ ଦେଇଥିଲେ ମୋଦି। ସେ ଜଣେ ସ୍ଵଚ୍ଛ ନେତା, ତାଙ୍କ ବିରୋଧରେ କୌଣସି ଦାଗ ନାହିଁ କି ଅଭିଯୋଗ ନାହିଁ। ତେଣୁ ତାଙ୍କୁ ଉପରାଷ୍ଟ୍ରପତି ଭାବେ ସମର୍ଥନ କରିବାକୁ ମୋଦି ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି।

ସେପଟେ ବିରୋଧୀ ପକ୍ଷ କାହାକୁ ପ୍ରାର୍ଥୀ କରିବେ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଏନିଡଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନା ନିଜେ ପ୍ରାର୍ଥୀ ତେବେ, ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏହି ପ୍ରସଙ୍ଗରେ ଆଜି ବିରୋଧୀ ମେଣ୍ଟ ମଧ୍ୟ ବୈଠକ ହେବାର ଅଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ମିଟିଂ ହେବ। ଏହି ମିଟିଂ ପରେ ସ୍ପଷ୍ଟ ହେବ କଣ ହେବ ବିରୋଧୀଙ୍କ ରଣନୀତି।

Latest Posts

Don't Miss