୭୦ ବର୍ଷର ସମ୍ପତିକୁ ବିକି ଦେଲେ ମୋଦି ସରକାର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ରରେ ଶାସନାଧିନ ମୋଦି ସରକରାଙ୍କ ଉପରେ ଅନର୍ଗଳ ଆରୋପ ଲଗାଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଅପରାହ୍ନରେ ରାହୁଲ ଗାନ୍ଧୀ ଜାତୀୟ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି  । ଏଥିସହିତ ମୋଦି ସରକରାଙ୍କ ଅମଳରେ ଦେଶ କଣ ସବୁ କ୍ଷତି ସହିଛି ଏବଂ ଆଗକୁ ଦେଶର ଭବିଷ୍ୟତ କଣ ହେହାକୁ ଯାଉଛି, ତାହାକୁ ଉଲ୍ଲେଖ କରିଛନ୍ତି ରାହୁଲ  । ସେହିପରି ସାମ୍ହାଦିକ ସମ୍ମିଳନୀରେ ସ୍ପଷ୍ଟରୂପେ ମୋଦି ସରକାର ଅଭିଯୋଗର ଲମ୍ବା ଫର୍ଦ୍ଦ ଗଦା କରିଛନ୍ତି  ।

କେନ୍ଦ୍ରରେ ପୂର୍ବରୁ ଶାସନ କରିଥିବା କଂଗ୍ରେସ ସରକାର ଦୀର୍ଘ ସାତ ଦଶନ୍ଧିରେ ଯାହା ଉପାର୍ଜନ କରିଥିଲା, ସେ ସବୁକୁ ସାତ ବର୍ଷରେ ବିକ୍ରୟ କରିଦେଇଥିବା ଅଭିଯୋଗ କରିଛନ୍ତି ରାହୁଲ  । ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳ ବିଜେପିର ନାରା ଥିଲା,  ଦୀର୍ଘ ୭୦ ବର୍ଷରେ ଦେଶ ପାଇଁ କଂଗ୍ରେସ କିଛି କରିନାହିଁ  । କିନ୍ତୁ ଦୀର୍ଘ ୭୦ ବର୍ଷ ଧରି କଂଗ୍ରେସ ଯାହା ଉପାର୍ଜନ କରିଥିଲା ତାହାକୁ ସୋମବାର ସୁଦ୍ଧା ବିଜେପି ସରକାର ବିକ୍ରି କରିଦେଇଥିବା ନେଇ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ  ।

ଦେଶରେ ପାଣି, ଖଣି, ବିମାନବନ୍ଦର, କ୍ରୀଡ଼ା, ଟେଲିକମ, ବିଦ୍ୟୁତ, ଏବଂ ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ମୋଦି ସରକାର ଘରୋଇ ମାର୍କେଟରେ ନିଲାମ କରିଦେଇଛି  । ଯଦ୍ୱାରା ଦେଶ ଆଗାମୀ ଦିନରେ ବହୁମୂଲ୍ୟ ଦେବାକୁ ଯାଉଛି  । ମୋଦି ସରକାର କେବଳ କିଛିଟା ହାତଗଣତି ବ୍ୟବସାୟୀଙ୍କ ଲାଭ ପାଇଁ ଏସବୁ କରୁଛନ୍ତି  । କ୍ଷୁଦ୍ର, ମଧ୍ୟମ ଧରଣର ବ୍ୟବସାୟୀ ମାନେ ତଳି ତଳାନ୍ତ ହୋଇ ଗଲଣି  । ସେମାନଙ୍କର ଅବସ୍ଥା ସୋଚନୀୟ ହେଲାଣି  । କିନ୍ତୁ କେବଳ ତିନି, ଚାରିଟା ଶିଲ୍ପପତିଙ୍କର ଉନ୍ନତି ଘଟୁଥିବା ଅଭିଯୋଗ ଲଗାଇଛି କଂଗ୍ରେସ  ।

 

Leave a Reply