ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମଧ୍ୟ ଥିଲେ ଭାରତର ମହାନ୍ ଭକ୍ତ: ପ୍ରଧାନମନ୍ତ୍ରୀ

PM Modi Holds Virtual Meetings With 54 Collector Of 10 States

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପବିତ୍ର ଜନ୍ମାଷ୍ଟମୀ ସାଙ୍ଗକୁ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ଅପୂର୍ବ ସଂଯୋଗ । ଆଜାଦୀ କା ଅମୃତ ମହୋତ୍ସବ କାଳରେ ହିଁ ଏହା ହେଉଛି ବୋଲି ସେ କହିଥିଲେ । ସେଥିପାଇଁ ଆଜି ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଓ କୋଟି କୋଟି କୃଷ୍ଣ ପ୍ରେମୀ ବିଶ୍ୱବାସୀ ଏହି ଅଭିଜ୍ଞତା ସାଉଁଟୁଛନ୍ତି।

ପ୍ରଭୁପାଦ ସ୍ୱାମୀ ଅସହଯୋଗ ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ସ୍କଟିଶ କଲେଜରୁ ଡିପ୍ଲୋମା ଗ୍ରହଣ କରିବାକୁ ମନା କରିଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମେ ଯେତେବେଳେ ଅନ୍ୟ ଦେଶକୁ ଯାଇଥାଏଁ ଓ ସେଠାକାର କେହି ସାକ୍ଷାତ କାଳରେ ହରେ କୃଷ୍ଣ ବୋଲି ଉଚ୍ଚାରଣ କରେ ଆମକୁ ଗର୍ବିତ ଓ ଆପଣାର ଭଳି ଲାଗେ । ଯେତେବେଳେ ମେକ ଇନ୍ ଇଣ୍ଡିଆ ସାମଗ୍ରୀ ପାଇଁ  ସେହିଭଳି ସନ୍ତୋଷ ମିଳିବ ଓ ଆମେ ଇସ୍କନଠାରୁ ଅନେକ ଶିଖି ପାରିବା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯେତେବେଳେ ବେଦାନ୍ତକୁ ପାଶ୍ଚାତ୍ୟକୁ ନେଇଯାଇଥିଲେ, ସେତେବେଳେ ଶ୍ରୀଲ ପ୍ରଭୁପାଦ ଏବଂ ଇସ୍କନ ଭକ୍ତିଯୋଗକୁ ବିଶ୍ୱାଭିମୁଖୀ କରାଇପାରିଥିଲେ । ସେ ଭକ୍ତି ବେଦାନ୍ତକୁ ବିଶ୍ୱ ଚେତନା ସହ ଯୋଡିଥିଲେ ।

ତେବେଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।

 

Leave a Reply