ଭାରତୀୟ ବୀର ଯବାନଙ୍କୁ ଉଦବୋଧନ ବେଳେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି, ସୀମା ଡେଇଁଲେ ଧ୍ବଂସ କରିଦେବୁ
1 min read
ନନ୍ଦିଘୋଷ ବ୍ୟୁରୋ: ଆଦମପୁର ଏୟାରବେସରେ ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ । ଭାରତୀୟ ଯବାନଙ୍କ ଜୋଶ ଭରିଲେ ପ୍ରଧାନମନ୍ତ୍ରୀ । ଭାରତୀୟ ସେନାର ପରାକ୍ରମ ସାରା ବିଶ୍ବ ଦେଖିଥିବା କହିବା ସହ ପାକିସ୍ତାନକୁ କଡ଼ା ଭାଷାରେ ଜବାବ ଦେଇଛନ୍ତି । ତିନି ସେନା, ବିଏସଏଫ ଓ ଅନ୍ୟ ସାମରିକ ବଳଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଆପଣମାନଙ୍କ ପାଇଁ ଆଜି ଆମ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଇଛି । ଯେତେବେଳେ ହିନ୍ଦର ବୀର ଶତ୍ରୁପକ୍ଷଙ୍କ ଡ୍ରୋନ, ମିଜାଇଲକୁ ଧ୍ବଂସ କରିଥିଲେ, ସେତେବେଳେ ପାକିସ୍ତାନକୁ ଭାରତ ମାତା କୀ ଜୟ ଧ୍ବନୀ ଶୁଭିଥିଲା । ଯେତେବେଳେ ଆମ ଯବାନ ପାକିସ୍ତାନରେ ରାତିରେ ସୂର୍ଯ୍ୟୋଦୟ କରିଦେଲେ ସେତେବେଳେ ଭାରତ ମାତା କୀ ଜୟ ଧ୍ବନୀ ପାକିସ୍ତାନୀଙ୍କ ନିଦ ହଜାଇ ଦେଇଥିଲା । ବୀରଙ୍କ ପାଦ ମାଟିରେ ପଡ଼ିଲେ ପୃଥିବୀ ଧନ୍ୟ ହୋଇଯାଏ । ଆଉ ବୀରଙ୍କ ଦର୍ଶନ ମିଳିଲେ ଜୀବନ ଧନ୍ୟ ହୋଇଯାଏ । ସେଥିପାଇଁ ଆପଣମାନଙ୍କୁ ଦର୍ଶନ କରିବାକୁ ଏଠାକୁ ଆସିଛି ।
ଅପରେସନ ସିନ୍ଦୂର ଜରିଆରେ ଆପଣ ପରାକ୍ରମକୁ ମନେ ପକାଯିବ । ଆପଣମାନେ ଦେଶର ଭବିଷ୍ୟ ପୀଢ଼ିଙ୍କ ପାଇଁ ନୂଆ ପ୍ରେରଣା । ତିନିସେନା ଓ ବିଏସଏଫର ସବୁ ବୀରଙ୍କୁ ମୁଁ ସାଲୁଟ୍ କରୁଛି । ଆଜି ଅପରେଶନ ସିନ୍ଦୂରର ସ୍ବର ସାରା ବିଶ୍ବରେ ଶୁଭୁଛି । ପ୍ରତିଟି ଭାରତୀୟ ଆପଣଙ୍କ ସହ ଛିଡ଼ା ହୋଇଥିଲେ, ଆପଣଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ପୂରା ଦେଶ ଆପଣଙ୍କ ଓ ଆପଣଙ୍କ ପରିବାର ପାଖରେ କୃତଜ୍ଞ । ଅପରେସନ ସିନ୍ଦୂର କୌଣସି ସାମାନ୍ୟ ସୈନ୍ୟ ଅଭିଯାନ ନଥିଲା । ଏହା ଭାରତର ନୀତି, ନେତୃତ୍ବ ଓ ନିର୍ଣ୍ଣାୟକ କ୍ଷମତାର ତ୍ରିବେଣୀ ଥିଲା । ଏହା ବୁଦ୍ଧ ଓ ଗୁରୁ ଗୋବିନ୍ଦ ଚରଣ ସିଂଙ୍କ ମାଟି । ଅଧର୍ମର ନାଶ ଓ ଧର୍ମ ପ୍ରତିଷ୍ଠା ପାଇଁ ଅସ୍ତ୍ର ଉଠାଇବା ଆମ ପରମ୍ପରା । ଆମ ଭଉଣୀ ଓ ଝିଅଙ୍କ ସିନ୍ଦୂର ଲିଭାଇଲେ । ଆମ ତାଙ୍କ ଘରେ ପଶି ତାଙ୍କୁ ସଫା କରିଦେଲୁ ।
ରକ୍ତ ବୋହିଲେ ମହା ବିନାଶ ହେବ
ଏହି ଅବସରରେ ପାକିସ୍ତାନ ଓ ଆତଙ୍କବାଦୀଙ୍କ ଆକ୍କାଙ୍କୁ ମଧ୍ୟ ଛାଡ଼ିନାହାନ୍ତି ପ୍ରଧାନମନ୍ତ୍ରୀ । ଦେଇଛନ୍ତି ସିଧାସଳଖ ଧମକ । କହିଛନ୍ତି, ନିର୍ଦ୍ଦୋଶ ଲୋକଙ୍କ ରକ୍ତ ବୋହିଲେ ବିନାଶ ହେବ, ମହା ବିନାଶ ହେବ । ନରସଂହାର କରି ଆତଙ୍କବାଦୀ ପାକିସ୍ତାନ ପଣତରେ ଲୁଚିଗଲେ । ହେଲେ ସେମାନେ ଭୁଲି ଗଲେ ଏ ହେଉଛି ହିନ୍ଦର ସେନା । ଯାହାକୁ ଚ୍ୟାଲେଞ୍ଜ କରି ସେମାନେ ଭୁଲ କରିଦେଇଛନ୍ତି । ଆମେ ତାଙ୍କୁ ସମ୍ମୁଖରୁ ଆକ୍ରମଣ କରି ମାରିଛନ୍ତି । ଆତଙ୍କବାଦୀଙ୍କ ଆଡ୍ଡାକୁ ମାଟିରେ ମିଶାଇ ଦେଇଛନ୍ତି । ଅପରେସନ ସିନ୍ଦୁର ଜରିଆରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିଦେଲେ । ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଦେଲେ । ସେମାନେ ପାକିସ୍ତାନ ସେନା ଭରଷାରେ ଥିଲେ । ହେଲେ ଭାରତୀୟ ସେନା ନା କେବଳ ଆତଙ୍କବାଦୀ ଓ ତାଙ୍କ ଶିବିରକୁ ଧ୍ବସଂ କରିଛନ୍ତି, ପାକିସ୍ତାନକୁ ବି ଧୂଳି ଚଟାଇ ଦେଲେ । ଅପରେସନ ସିନ୍ଦୂର ପରେ ପାକିସ୍ତାନ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ସୀମାରୁ ଡ୍ରୋନ ଓ ମିଜାଇଲ ଜରିଆରେ ଆମର ବିଭିନ୍ନ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଆମେ, ପ୍ରସ୍ତୁତ ଥିଲୁ । ଗୋଟି ଗୋଟି କରି ପାକିସ୍ତାନର ସମସ୍ତ ଡ୍ରୋନ ଓ ମିଜାଇଲକୁ ଆକାଶରେ ଉଡ଼ାଇ ଦେଲୁ । ଏହି ଅବସରରେ ଭାରତୀୟ ବିଭିନ୍ନ ଏୟାରବେସର ସମସ୍ତ ଲିଡରସିପ୍ ଓ ଯବାନଙ୍କୁ ପ୍ରଶଂସା କରିଥିଲେ ।
ନ୍ୟୁକ୍ଲିୟର ବ୍ଲକମେଲିଂ ଚଳିବନି
ନ୍ୟୁକ୍ଲିୟରକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ପାକିସ୍ତାନ ସମେତ ଅନ୍ୟମାନଙ୍କୁ କଡ଼ଶ ସନ୍ଦେଶ ଦେଇଛନ୍ତି । ନ୍ୟୁକ୍ଲିୟକ ବୋମାକୁ ନେଇ କେହି ଭାରତକୁ ଧମକ ଦେଇ ପାରିବେନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ନ୍ୟୁକ୍ଲିୟର ବ୍ଲାକମେଲିଂ ସହ୍ୟ କରିବନି । ଯିଏ ନ୍ୟୁକ୍ଲିୟର ବ୍ଲାକମେଲିଂ କରିବ ତାକୁ ତାର ଜବାବ ମିଳିବ । ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ସରକାର ଓ ଆକ୍କା ଆମ ପାଇଁ ସମାନ । ଆମ ହିସାବରେ, ଆମ ସମୟରେ, ଆମ ସର୍ତ୍ତରେ ଆମେ ତାଙ୍କୁ ଜବାବ ଦେବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓ୍ବାର ଗେମରେ ଭାରତୀୟ ସେନାର ଜବାବ ନାହିଁ
ତିନି ସେନାର ସମନ୍ବୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । କହିଛନ୍ତି ସାରା ଦୁନିଆ ଭାରତର ଏହି ନୂଆ ରୂପ ଦେଖିଲା । ଅପରେସନ ସିନ୍ଦୁରରେ ତିନି ସେନାରେ ସମନ୍ବୟ ବଢ଼ିଆ ଥିଲା । ମ୍ୟାନ ପାଓ୍ବାର ସହ ମେସିନ କୋଡିନେସନ ବଢ଼ିଆ ଥିଲା । ପାରମ୍ପରିକ, ମେଡି ଇନ୍ ଇଣ୍ଡିଆ ଓ S-400ର ସମନ୍ବୟ ଅଦ୍ଭୁତ ଥିଲା । ଆମ ଅତ୍ୟାଧୁନିକ ଟେକ୍ନୋଲଜି ପାକିସ୍ତାନକୁ ଧ୍ବଂସ କରିଦେବ । ଓ୍ବାର ଗେମରେ ଭାରତୀୟ ସେନାର ଜବାବ ନାହିଁ । ପାକିସ୍ତାନର ଅନୁରୋଧ ପରେ ସୈନ୍ୟ କାର୍ଯ୍ୟାନୁଷ୍ଠନ ବନ୍ଦ ହୋଇଛି । ଯଦି ପୁଣି ଆତଙ୍କବାଦ ଗତିବିଧି ଓ ସୈନ୍ୟ ଦୁଃସାହସ ହେବ ତେବେ ଭାରତ ମୁହଁତୋଡ଼ ଜବାବ ଦେବ । ମାନବିକତା ଉପରେ ଆକ୍ରମଣ ହେଲେ ମାଟିରେ ମିଶାଇ ଦେବୁ ।