ଟନେଲ ରାସ୍ତାରୁ ଅଳିଆ ଗୋଟାଇଲେ ମୋଦି, ଦେଲେ ସ୍ବଚ୍ଛତା ବାର୍ତ୍ତା

1 min read

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ପ୍ରଗତି ମଇଦାନର ଏକକୃତ ଟନେଲ କରିଡୋର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଟନେଲ ଉଦଘାଟନ ବେଳେ ସେ ଚାଲି ଚାଲି ପୂରା ରାସ୍ତାର କାଳାକୃତି ବୁଲି ଦେଖିଥିଲେ  । ସ୍ବଚ୍ଛତା ପ୍ରିୟ ପ୍ରଧାନମନ୍ତ୍ରୀ ମୋଦି ଟନେଲ ବୁଲି ଦେଖିବା ସମୟରେ ବାଟରେ ପଡିଥିବା କିଛି ଅଳିଆ ମଧ୍ୟ ଗୋଟାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣ ସ୍ବଚ୍ଚତା ପ୍ରିୟ ମଣିଷ । ସେଥିପାଇଁ ଅନେକ ସମୟରେ ଲୋକମାନଙ୍କୁ ସ୍ବଚ୍ଛତା ବାର୍ତ୍ତା ଦେଇଥାନ୍ତି । ଏହି ଉଦଘାନୀ ଉତ୍ସବରେ ମଧ୍ୟ ସେ ସ୍ବଚ୍ଛତା ସନ୍ଦେଶ ଦେଇଥିଲେ । ଉଦଘାଟନ ପୂର୍ବରୁ ସେ ଏକ ଖୋଲା ଜିପରୁ ବାହାରି କାର୍ଯ୍ୟକ୍ରମ ସ୍ଥଳ ଯାଏଁ ଚାଲି ଚାଲିକି ଯାଇଥିଲେ ଏବଂ ଟନେଲ କାନ୍ଥରେ ହୋଇଥିବା କଳାକୃତି ଅନୁଧ୍ୟାନ କଲେ । ଏହି ସମୟରେ ବାଟରେ ପଡିଥିବା କିଛି ଅଳିଆ ଦେଖି ସେ ଅଟକି ଯାଇଥିଲେ ଏବଂ ନିଜେ ହାତରେ ଗୋଟାଇ ଡଷ୍ଟପିନରେ ପକାଇଥିଲେ । ଚାଲିକି ଯିବା ସମୟରେ ଏକ ବୋତଲ ମଧ୍ୟ ଉଠାଇ ଡଷ୍ଟପିନରେ ପକାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଆଜି ପ୍ରଗତି ମଇଦାନରେ ସୁଗମ ରାସ୍ତା ଯୋଗାଇବା ସହ ଦିଲ୍ଲୀ ବାସୀଙ୍କ ଟ୍ରାଫିକ ସମସ୍ୟା ଦୂରକରିବା ପାଇଁ ଏକ ୯୨୦ କୋଟିରୁ ଉର୍ଦ୍ଧ୍ୱ ବଜେଟ ବିଶିଷ୍ଟ ବ୍ୟୟ ବହୁଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ୬ଲେନ୍ ବିଶିଷ୍ଟ କରିଡୋର ରହିଛି ।  କରିଡୋରର ମୁଖ୍ୟ ସୁଡଙ୍ଗ ଟନେଲ ପାଖ ଦେଇ ପୁରୁଣା କିଲ୍ଲା ରୋଡ୍ ସହ ଇଣ୍ଡିଆ ଗେଟ୍ ନିକଟ ରିଙ୍ଗ ରୋଡରେ ବାହାରିଛି।  ଆଜି ଠାରୁ ହିଁ ଏହି ଟନେଲକୁ ଯାତାୟତ ପାଇଁ ଅନୁମତି ଦିଆଯାଇଛି ।