ମୋଦି ଶୁଣିଲେ ଦିଦିଙ୍କ ଅପିଲ୍, କାଲି ଆସିବେ ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତରେ
1 min readଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ପିଏମଓ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ଅମ୍ଫାନ୍ କ୍ଷୟକ୍ଷତିର ରିଭ୍ୟୁ କରିବେ । ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।
Tomorrow, PM @narendramodi will travel to West Bengal and Odisha to take stock of the situation in the wake of Cyclone Amphan. He will conduct aerial surveys and take part in review meetings, where aspects of relief and rehabilitation will be discussed.
— PMO India (@PMOIndia) May 21, 2020
ଅମ୍ଫାନ୍ ପ୍ରଭାବରେ ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ ହୋଇଛି । କ୍ଷୟକ୍ଷତିର ଆକଳନ ଜାରି ରହିଥିବା ବେଳେ ବାତ୍ୟାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ମମତା ବାନାର୍ଜୀ କହିଛନ୍ତି । ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ମେଦିନିପୁର ଓ କୋଲକାତା ବେଶୀ ପ୍ରଭାବିତ ହୋଇଛି । ତେଣୁ, ମୋଦି ରାଜ୍ୟ ଗସ୍ତରେ ଆସି ସ୍ଥିତି ଦେଖନ୍ତୁ ବୋଲି ମମତା ଦାବି କରିଥିଲେ । ଏହାପରେ ମୋଦି ପଶ୍ଚିମବଙ୍ଗ ସହ ଓଡ଼ିଶା ଗସ୍ତରେ ଆସିବେ ବୋଲି ଟ୍ୱିଟ୍ କରି ପିଏମଓ ସୂଚନା ଦେଇଛି ।
ଉପକୂଳ ଓଡ଼ିଶାର ୪ ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷକରି ପ୍ରଭାବିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବୁଲି ଦେଖିବା ସହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗୁଇନ୍ଦା ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଅନ୍ୟପଟେ ରାଜ୍ୟ ସରକାର କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି ।
ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ