ଆନ୍ତର୍ଜାତୀୟ ଯୋଗ ଦିବସରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଆସନ୍ତାକାଲି ୨୧ ଜୁନରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ । ଏହି ବର୍ଷର ବିଷୟବସ୍ତୁ ହେଉଛି ‘ୟୋଗା ଫର ୱେଲନେସ ‘ ଅର୍ଥାତ୍ ସୁସ୍ଥତା ପାଇଁ ଯୋଗ, ଯାହା ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ନିତ୍ୟାନ୍ତ ଆବଶ୍ୟକ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏହା ମଧ୍ୟ କହିଛନ୍ତି ଯେ,  ମୁଁ ଆସନ୍ତାକାଲି ସକାଳ ପ୍ରାୟ ୬.୩୦ ସମୟରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବି ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସମ୍ବୋଧନକୁ ଦୂରଦର୍ଶନ ସହ ଅନ୍ୟାନ୍ୟ ଚ୍ୟାନେଲ ମାନଙ୍କରେ ସିଧା ପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ସମ୍ବାଦ କରିବେ । ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେମାନଙ୍କ କ୍ଷେତ୍ରର ସେଲିବ୍ରିଟିମାନେ ଅଂଶଗ୍ରହଣ କରିବେ ।

କରୋନା ପ୍ରୋଟୋକଲକୁ ଧ୍ୟାନରେ ରଖି ଗୋଟିଏ ସ୍ଥାନରେ କେବଳ ୨୦ ଜଣ ଲୋକ ଯୋଗଦେବେ । କୁହାଯାଉଛି ଯେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ( ସ୍ୱତନ୍ତ୍ର ପ୍ରଭାର) ପ୍ରହ୍ଲାଦ ସିଂ ପଟେଲ ସକାଳ ୭ ଟାରୁ ୭.୪୫ ପର୍ଯ୍ୟନ୍ତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଲାଲକିଲ୍ଲା ଦୁର୍ଗଠାରେ ଯୋଗାଭ୍ୟାସ କରିବେ ।

ଉଲ୍ଲେଖନୀୟ କଥା ହେଉଛି, କରୋନା ଯୋଗୁଁ, ଏଥର କୌଣସି ସାର୍ବଜନିକ ଯୋଗ କାର୍ଯ୍ୟକ୍ରମ ହେବ ନାହିଁ । ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟମାନଙ୍କ ସମ୍ବୋଧନ ପରେ ପରେ ଯୋଗ କରାଯିବ। ଲୋକମାନେ ଯୋଗ କାର୍ଯ୍ୟକ୍ରମରେ ଘରେ ରହି ଅଂଶଗ୍ରହଣ କରିବେ । ଏହା ପରେ ଆଧ୍ୟାତ୍ମିକ ଏବଂ ଯୋଗ ଗୁରୁମାନେ ସମ୍ବୋଧନ କରିବେ ।

ଯୋଗ ଦିବସ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ, ୭୫ଟି ଐତିହାସିକ ସ୍ଥାନରେ ଯୋଗ ଇଣ୍ଡିଆ ହେରିଟେଜ କାର୍ଯ୍ୟକ୍ରମର ଆୟୋଜନ କରୁଛି । ଏହା ଅଧୀନରେ, ଦେଶର ୭୫ଟି ସ୍ଥାନରେ ଯେଉଁଥିରେ ବିଶ୍ୱର ଐତିହ୍ୟ ସ୍ଥଳ, ସ୍ମାରକୀ, ସାଂସ୍କୃତିକ, ଐତିହାସିକ ସ୍ଥାନ ସାମିଲ ରହିଛି ।

Leave a Reply