ଦିପାବଳୀ ପାଳନ କରିବା ପାଇଁ ଜୈସଲମେର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

3 min read

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ପ୍ରଦୂଷଣମୁକ୍ତ ଓ ସ୍ୱଚ୍ଛ ଦୀପାବଳି ପାଳନ କରି ପ୍ରକୃତିକୁ ସମ୍ମାନ ଦେବାକୁ ରାଷ୍ଟ୍ରପତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସୀମାରେ ସଜାଗ ଥିବା ଯବାନ ମାନଙ୍କ ସହ ଦିପାବଳୀ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୈସଲମେର ସୀମାରେ ପହଞ୍ଚି ସାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସିଡିଏମ ବିପିନ ରାୱତ, ସେନା ମୁଖ୍ୟ ଏମଏମ ନରବଣେ, ଏୟାର ଚୀଫ ମାର୍ଶଲ ଆରକେଏସ ଭଦୈରିୟା ଏବଂ ବିଏସଏଫର ଡିଜି ରାକେଶ ଅସ୍ଥାନା ମଧ୍ୟ ସାମିଲ ଅଛନ୍ତି ।

ସୂଚନା ଅନୁଯାୟୀ ଜାସରମେରରେ ଭାରତ ପାକିସ୍ତାନର ସୀମା ମିଶିଥାଏ । ସେଠାରେ ସୀମାରେ ବିଏସ୍ଏଫ୍ ନିୟୋଜିତ ହୋଇଛନ୍ତି ।  ପ୍ରସିଦ୍ଧ ତାନୋଟ ମାତା ମନ୍ଦିର ମଧ୍ୟ ସେଠାରେ ରହିଛି । ପ୍ରଧାନମନ୍ତ୍ରୀ ଜୈସଲମେରର ଲୋଙ୍ଗେୱାଲା ସୀମାରେ ବିଏସଏଫ ଯବାନଙ୍କ ସହ ଦୀପାବଳି ପାଳନ କରିବେ । ଲୋଙ୍ଗେୱାଲା ମୂଳ ରୂପରେ ବିଏସଏଫର ଏକ ପୋଷ୍ଟ ଅଟେ ।

ଲୋଙ୍ଗେୱାଲା ନାଆ ଶୁଣି ଭୟରେ କମ୍ପନ କଲେ ପାକିସ୍ତାନ

ଦେଶର ସୈନ୍ୟ ଇତିହାସରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରୁହନ୍ତି ଲୋଙ୍ଗେୱାଲାର ଯବାନ ମାନେ । ଲୋଙ୍ଗେୱାଲା ହେଉଛି ସେହି ସ୍ଥାନ ଯେଉଁଠି ୧୯୭୧ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଭାରତୀୟ ସେନା କଡ଼ା ଯବାବ ଆଜି ଯାଏ ଭୁଲିନାହିଁ ପାକିସ୍ତାନ । ଡିସେମ୍ବର ୪ ତାରିଖ ୧୯୭୧ ମସିହାରେ ଏହି ଯୁଦ୍ଧରେ ୧୨୦ ଜଣ ଭାରତୀୟ ସେନା ସୀମାରେ ନିୟୋଜିତ ଥିଲେ । ଭାରତୀୟ ସେନାର ୪୦ରୁ ୫୦ ଟ୍ୟାଙ୍କକୁ କବଜା କରିବାକୁ ଆସିଥିଲେ ପାକିସ୍ତାନର ୩୦୦୦ ଯବାନ । ଏହି ଯୁଦ୍ଧ ପାକିସ୍ତାନ ଯବାନଙ୍କୁ କଡ଼ା ଯବାବ ଦେଇଛିଲା ଭାରତୀୟ ସେନା, ଏବଂ ତାହା ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ସବୁଦିନ ପାଇଁ ଲେଖାହୋଇ ରହିଛି ।

ଲୋଙ୍ଗେୱାଲା ପୋଷ୍ଟକୁ କବଜା କରିବା ପାଇଁ ଆସିଥିବା ପାକିସ୍ତାନୀ ନିଜର ୩୪ଟି ଟ୍ୟାଙ୍କ, ପାଞ୍ଚ ଶହ ବାହନ ଏବଂ ଦୁଇଶହରୁ ଅଧିକ ଯବାନଙ୍କୁ ହରାଇଥିଲା । କିନ୍ତୁ ଏହି ଚେକପଏଣ୍ଟ ଅପରାଜିତ ଥିଲା

୨୦୧୯ରେ ରାଜୈରୀରେ ଥିଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବ ବର୍ଷ ୨୭ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ରାଜୈରୀରେ ଯବାନ ମାନଙ୍କ ସହ ଦିପାବଳା ପାଳନ କରିଥିଲେ । ଆର୍ମି ଡ୍ରେସରେ ପିଏମ ମୋଦି ଯବାନ ମାନଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ଦିପାବଳୀ ଅବସରରେ ମିଠା ବାଣ୍ଟିଥିଲେ । ତା ପୂର୍ବରୁ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡରର ଉତ୍ତରକାଶୀରେ ସେନା ଏବଂ ଆଇଟିବିପିର ଯବାନ ମାନଙ୍କ ସହ ଦିପାବଳୀ ପାଳନ କରିଥିଲେ ।

 

Leave a Reply