ଦିପାବଳୀ ପାଳନ କରିବା ପାଇଁ ଜୈସଲମେର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
3 min readନୂଆଦିଲ୍ଲୀ: ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ପ୍ରଦୂଷଣମୁକ୍ତ ଓ ସ୍ୱଚ୍ଛ ଦୀପାବଳି ପାଳନ କରି ପ୍ରକୃତିକୁ ସମ୍ମାନ ଦେବାକୁ ରାଷ୍ଟ୍ରପତି କହିଛନ୍ତି ।
सभी देशवासियों को दीपावली की हार्दिक मंगलकामनाएं।
Wishing everyone a Happy Diwali! May this festival further brightness and happiness. May everyone be prosperous and healthy.
— Narendra Modi (@narendramodi) November 14, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସୀମାରେ ସଜାଗ ଥିବା ଯବାନ ମାନଙ୍କ ସହ ଦିପାବଳୀ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୈସଲମେର ସୀମାରେ ପହଞ୍ଚି ସାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସିଡିଏମ ବିପିନ ରାୱତ, ସେନା ମୁଖ୍ୟ ଏମଏମ ନରବଣେ, ଏୟାର ଚୀଫ ମାର୍ଶଲ ଆରକେଏସ ଭଦୈରିୟା ଏବଂ ବିଏସଏଫର ଡିଜି ରାକେଶ ଅସ୍ଥାନା ମଧ୍ୟ ସାମିଲ ଅଛନ୍ତି ।
India is working rapidly to increase its defence capability & make its defence sector Atmanirbhar. We've decided to focus on the indigenous arms factory. This one decision of the defence sector propelled 130 crore Indians to work towards vocal for local doctrine: PM Narendra Modi pic.twitter.com/ALP9eupWbP
— ANI (@ANI) November 14, 2020
ସୂଚନା ଅନୁଯାୟୀ ଜାସରମେରରେ ଭାରତ ପାକିସ୍ତାନର ସୀମା ମିଶିଥାଏ । ସେଠାରେ ସୀମାରେ ବିଏସ୍ଏଫ୍ ନିୟୋଜିତ ହୋଇଛନ୍ତି । ପ୍ରସିଦ୍ଧ ତାନୋଟ ମାତା ମନ୍ଦିର ମଧ୍ୟ ସେଠାରେ ରହିଛି । ପ୍ରଧାନମନ୍ତ୍ରୀ ଜୈସଲମେରର ଲୋଙ୍ଗେୱାଲା ସୀମାରେ ବିଏସଏଫ ଯବାନଙ୍କ ସହ ଦୀପାବଳି ପାଳନ କରିବେ । ଲୋଙ୍ଗେୱାଲା ମୂଳ ରୂପରେ ବିଏସଏଫର ଏକ ପୋଷ୍ଟ ଅଟେ ।
I would like to extend my #Diwali greeting. I have brought the greetings of every Indian among you today: PM Narendra Modi in Jaisalmer. pic.twitter.com/UPADgnLKdv
— ANI (@ANI) November 14, 2020
ଲୋଙ୍ଗେୱାଲା ନାଆ ଶୁଣି ଭୟରେ କମ୍ପନ କଲେ ପାକିସ୍ତାନ
ଦେଶର ସୈନ୍ୟ ଇତିହାସରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରୁହନ୍ତି ଲୋଙ୍ଗେୱାଲାର ଯବାନ ମାନେ । ଲୋଙ୍ଗେୱାଲା ହେଉଛି ସେହି ସ୍ଥାନ ଯେଉଁଠି ୧୯୭୧ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଭାରତୀୟ ସେନା କଡ଼ା ଯବାବ ଆଜି ଯାଏ ଭୁଲିନାହିଁ ପାକିସ୍ତାନ । ଡିସେମ୍ବର ୪ ତାରିଖ ୧୯୭୧ ମସିହାରେ ଏହି ଯୁଦ୍ଧରେ ୧୨୦ ଜଣ ଭାରତୀୟ ସେନା ସୀମାରେ ନିୟୋଜିତ ଥିଲେ । ଭାରତୀୟ ସେନାର ୪୦ରୁ ୫୦ ଟ୍ୟାଙ୍କକୁ କବଜା କରିବାକୁ ଆସିଥିଲେ ପାକିସ୍ତାନର ୩୦୦୦ ଯବାନ । ଏହି ଯୁଦ୍ଧ ପାକିସ୍ତାନ ଯବାନଙ୍କୁ କଡ଼ା ଯବାବ ଦେଇଛିଲା ଭାରତୀୟ ସେନା, ଏବଂ ତାହା ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ସବୁଦିନ ପାଇଁ ଲେଖାହୋଇ ରହିଛି ।
130 Crore Indians are standing with you. Every Indian is proud of the strength and valour of our soldiers. They are proud of your invincibility. No power in the world can stop our brave soldiers from guarding the borders of our country: PM Modi pic.twitter.com/Xkgmv4nDq7
— ANI (@ANI) November 14, 2020
ଲୋଙ୍ଗେୱାଲା ପୋଷ୍ଟକୁ କବଜା କରିବା ପାଇଁ ଆସିଥିବା ପାକିସ୍ତାନୀ ନିଜର ୩୪ଟି ଟ୍ୟାଙ୍କ, ପାଞ୍ଚ ଶହ ବାହନ ଏବଂ ଦୁଇଶହରୁ ଅଧିକ ଯବାନଙ୍କୁ ହରାଇଥିଲା । କିନ୍ତୁ ଏହି ଚେକପଏଣ୍ଟ ଅପରାଜିତ ଥିଲା
PM Narendra Modi to celebrate #Diwali with soldiers at Longewala in Jaisalmer of Rajasthan. Chief of Defence Staff Bipin Rawat, Army Chief MM Narvane, BSF Director General Rakesh Asthana will accompany the Prime Minister.
(File pic) pic.twitter.com/JLF8wD06oE— ANI (@ANI) November 14, 2020
୨୦୧୯ରେ ରାଜୈରୀରେ ଥିଲେ ପ୍ରଧାନମନ୍ତ୍ରୀ ମୋଦି
ପୂର୍ବ ବର୍ଷ ୨୭ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ରାଜୈରୀରେ ଯବାନ ମାନଙ୍କ ସହ ଦିପାବଳା ପାଳନ କରିଥିଲେ । ଆର୍ମି ଡ୍ରେସରେ ପିଏମ ମୋଦି ଯବାନ ମାନଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ଦିପାବଳୀ ଅବସରରେ ମିଠା ବାଣ୍ଟିଥିଲେ । ତା ପୂର୍ବରୁ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡରର ଉତ୍ତରକାଶୀରେ ସେନା ଏବଂ ଆଇଟିବିପିର ଯବାନ ମାନଙ୍କ ସହ ଦିପାବଳୀ ପାଳନ କରିଥିଲେ ।