ଯେବେ ମୋଦିଙ୍କୁ କୁହନ୍ତି ବାଇଡେନ୍: ‘ ଏ କେବେ ମୋର ସିଟ୍ ଥିଲା, ଏବେ ଆପଣ ବସନ୍ତୁ…’

1 min read

ୱାସିଂଟନ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଦୁଇ ଦେଶର ସୁରକ୍ଷା, ସାମରିକ ଏବଂ ବନ୍ଧୁତ୍ୱକୁ ନେଇ ଜାରି ରହିଥିଲା ବୈଠକ । ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସାକ୍ଷାତ କରୁଥାନ୍ତି ପ୍ରଧାନମନ୍ତ୍ରୀ ମୋଦି  । ସଭିଙ୍କ ମନରେ ଉତ୍ସୁକତା, ଆଗ୍ରହ ଯେ ପ୍ରଥମ ଥର ପାଇଁ କଣ କଥା ହେବେ ମୋଦି- ବାଇଡେନ ? ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଛୋଟି ନେବା ପାଇଁ ଅପେକ୍ଷା କରିଥାଏ ୱାଇଟହାଉସ  । ଚାହିଁ ରହିଥାନ୍ତି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ  ।  ପ୍ରବେଶ କରୁଥାନ୍ତି ଭାରତ ପ୍ରଧାନମନ୍ତ୍ରୀ  । ବାଇଡେନଙ୍କୁ ହାତଯୋଡ଼ି ନମସ୍ତେ କହୁଥାନ୍ତି ମୋଦି ଏବଂ ବାଇଡେନ କହୁଥାନ୍ତି ୱେଲକତମ ବ୍ୟାକ  । ଏହାରି ଭିତରେ ଭଉୟେ ଭଭୟଙ୍କ ହାତକୁ ଜାବୁଡ଼ି ଧରିଥାନ୍ତି  ।

ମୁହଁରେ ମାସ୍କ ଥିଲେ ମଧ୍ୟ ଚେହେରା ଥାଏ ସ୍ମିତହାସ୍ୟ  । ବାଇଡ଼େନ ମୋଦିଙ୍କ କାନ୍ଧରେ ହାତ ଥୋଇ ପାଛୋଟି ନେଇଥିଲେ ଚେୟାର ପାଖକୁ  । ହସି ହସି କହିଥିଲେ ଦିନେ ଏହି ଚେୟାରରେ ମୁଁ ବସୁଥିଲି  । ଆଜି ଆପଣ ବସନ୍ତୁ  । ଯେବେ ଉପରାଷ୍ଟ୍ରପତି ଥିଲି ଏହା ମୋର ଆସନ ଥିଲା  । ଆଜି ରାଷ୍ଟପତି ହୋଇଗଲିଣି  । ମୋଦି ମଧ୍ୟ ହସିଥିଲେ  । ଏବଂ ସେହି ଆସନରେ ବସାଇବାର ସୁଯୋଗ ଦେଇଥିବାରୁ ବାଇେଡେନଙ୍କୁ ଜଣାଇଥିଲେ ଧନ୍ୟବାଦ  । ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଗର୍ବିତ ବୋଲି କହିଥିଲେ ମୋଦି  । ବାଇଡେନ ମଧ୍ୟ ପ୍ରତିକ୍ରିୟା ଦେଇ କହିଥିଲେ ମୋତେ ମଧ୍ୟ ଗର୍ବ ଅନୁଭବ ହେଉଛି  । ଆଜି ସମଗ୍ର ବିଶ୍ୱ ଦୁଇ ଦେଶର ବନ୍ଧୁତାକୁ ଦେଖୁଛି  । ଦୁଇ ରାଷ୍ଟ୍ରନେତାଙ୍କ ବଣ୍ଡିଙ୍ଗ ସବୁ କିଛି ପ୍ରମାଣିତ କରୁଛି । ପ୍ରାୟ ଏକ ଘଣ୍ଟା ଧରି ମୋଦି ବାଇଡେନଙ୍କ ଭେଟଘାଟ ପରୋକ୍ଷରେ ବିଶ୍ୱକୁ ଦେଉଥାଏ ଭିନ୍ନ ସନ୍ଦେଶ  ।

ଦ୍ୱିପାକ୍ଷିକ ସମ୍ପର୍କ, ଆତଙ୍କତବାଦ ବିରୋଧୀ ନିଷ୍ପତି ଏବଂ ଉଭୟ ଦେଶର ବାଣିଜ୍ୟିକ ନୀତିକୁ ମଜବୁତ କରୁଥିଲା ଏହି ବୈଠକ  । ବାଇଡେନ ମନେପକାଇ ଦେଇଥିଲେ ୨୦୦୬ ମସିହାର କଥା  । ସେତେବେଳେ ଉପରାଷ୍ଟ୍ରପତି ଥାଆନ୍ତି ଜୋ ବାଇଡେନ  । ଭାରତ-ଆମେରିକା ଦ୍ୱିପାକ୍ଷିକ ବୈଠକରେ ପ୍ରତିନିଧ୍ୱିତ କରୁଥାନ୍ତି  । ଆଉ ଏହି ସମୟରେ ବାଇେଡେନଙ୍କ ବାଣୀ ଥିଲା, ୨୦୨୦ ମସିହା ବେଳକୁ ଆମେରିକାର ଘନିଷ୍ଠ ବନ୍ଧୁ ହୋଇସାରିଥିବ ଭାରତ  । ଠିକ ସେଇୟା ହିଁ ଘଟିଛି । ସତ ହୋଇଛି ସେତେବେଳେର ଉପରାଷ୍ଟ୍ରପତି ବାଇଡେନଙ୍କ ବାଣୀ  ।   ଆଉ ଫେରୁ ଫେରୁ ମୋଦି କହିଥିଲେ ଆହୁରି ମଜଭୁତ ହେବ ଭାରତ-ଆମେରିକା ବନ୍ଧୁତ୍ୱ….

Leave a Reply