ମୋଦୀଙ୍କ ଚରମ ବାଣୀ; MSP ଥିଲା-ଅଛି-ରହିବ, ଚାଷୀ ଆନ୍ଦୋଳନ ବନ୍ଦ କରନ୍ତୁ

ନୂଆଦିଲ୍ଲୀ: ଦେଶରେ କୃଷି ଆନ୍ଦୋଳନ ତେଜିବାରେ ଲାଗିଥିବାବେଳେ ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଦେଇଛନ୍ତି। ସେ ବିରୋଧୀଙ୍କୁ କଡ଼ା ଜବାବ ଦେବା ସହ ଆନ୍ଦୋଳନକାରୀ ଚାଷୀଙ୍କୁ ମଧ୍ଯ ଏକ ଖାସ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  ଏମଏସପି ଥିଲା, ଏମଏସପି ଅଛି ଆଉ ଆଗକୁ ବି ଏମଏସପି ରହିବ, ଚାଷୀମାନେ ଆନ୍ଦୋଳନ ବନ୍ଦ କରିଦେବା ଉଚିତ୍।

ନୂଆ କୃଷି ଆଇନ ସମ୍ପର୍କରେ ମୋଦି କହିଛନ୍ତି ସଂସଦରେ କେବଳ ଆନ୍ଦଳ ପ୍ରଶଙ୍ଗରେ କଥା ଉଠିଛି। କେବେ ହେଲେ ଏହାର ସଂଶୋଧନ ନେଇ କଥା ଉଠିନାହିଁ। ଏହି ସମୟରେ ମୋଦି ଲାଲ ବାହାଦୁର ଶାସ୍ତ୍ରୀଙ୍କ କଥା ବି ଉଠାଇଛନ୍ତି। ସେ କହିଛନ୍ତି ଯେ ଶାସ୍ତ୍ରୀଙ୍କୁ ମଧ୍ଯ କୃଷି ନିମୟ ସଂଶୋଧନ ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ସେ ପଛକୁ ହଟି ନଥିଲେ । ସେତେବେଳେ ବାମପନ୍ଥୀମାନେ କଂଗ୍ରେସକୁ ଆମେରୀକାର ଏଜେଣ୍ଟ ବୋଲି କହୁଥିଲେ, ଆଉ ଆଜି ସେମାନେ ମୋତେ ଦୁର୍ବ୍ୟବହାର କରୁଛନ୍ତି ଗାଳି ଦେଉଛନ୍ତି।

ମୋଦି କହିଛନ୍ତି ଯେ କୌଣସି ବି ନୂଆ ଆଇନ ଆସିଲେ, ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ ବି କରାଯାଏ । ମୋଦି କହିଛନ୍ତି ଯେ ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝେଇସୁଝେଇ ଆମକୁ ଆଗକୁ ବଢ଼ିବାକୁ ହେବ। ସେ କହିଛନ୍ତି ଯେ ଯେଉଁ ବୟସ୍କ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି ସେମାନେ ଘରକୁ ଫେରି ଯିବା ଉଚିତ୍। ଏମଏସପି ଅଛି ଆଉ ଆଗକୁ ମଧ୍ଯ ରହିବ। ମଣ୍ଡି ଗୁଡ଼ିକୁ ମଜଭୁତ କରାଯାଉଛି।  ଯେଉଁ ୮୦ କୋଟି ଲୋକଙ୍କୁ ଶସ୍ତାରେ ରାଶନ ଦିଆଯାଉଥିଲା ତାହା ମଧ୍ଯ ଜାରି ରହିବ।

ଏଥିସହ ମୋଦି ବିରୋଧୀଙ୍କୁ କଡ଼ା ଯବା ଦେଇ କହିଛନ୍ତି ଯେ ପୂର୍ବ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ଯ କୃଷି ନିୟମ ସଂଶୋଧନ ବିଷୟରେ କହିଛନ୍ତି। ଶରଦ ପାୱାର ଏବେ ବି କୃଷି ସଂଶୋଧନକୁ ନେଇ କୌଣସି ପ୍ରକାରର ବିରୋଧ କରିନାହାଁନ୍ତି। ଆମକୁ ଯାହା ଠିକ୍ ଲାଗିଲା ତାହା କଲୁ। ଆଗକୁ ବି ସଂଶୋଧନ ଜାରି ରହିବ। ମୋଦି କହିଛନ୍ତି ଯେ ଆଜି ବିରୋଧୀ ୟୁଟର୍ଣ୍ଣ ନେଉଛନ୍ତି, କାହିଁକିନା ଏବେ ରାଜନୀତି ସରଗରମ୍ ଅଛି।

 

Leave a Reply