ଆଜି ଜେଲେନସ୍କି ଏବଂ ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ !

1 min read

ନୂଆଦିଲ୍ଲୀ: ଆଜି ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରେ ରହିଛି । କାରଣ ପ୍ରଧାନମନ୍ତ୍ରୀ ଆଜି ଋଷର ରାଷ୍ଟ୍ରପତି ପୁଟିନ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା କରିପାରନ୍ତି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ପ୍ରଥମେ ପୁଟିନଙ୍କ ସହ ଓ ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇପାରନ୍ତି । ସୂଚନା ଅନୁସାରେ, ରୁଷ୍‌-ୟୁକ୍ରେନ୍‌ ସଙ୍କଟ ସାମାଧାନ ଉପାୟ ସଂକ୍ରାନ୍ତରେ ଦୁଇ ଦେଶର ନେତାଙ୍କ ସହ ଆଲୋଚନା କରିବେ  ପ୍ରଧାନମନ୍ତ୍ରୀ ।

ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ପରେ ଭାରତର ସହଯୋଗ ଲୋଡ଼ିଥିଲେ । ଯୁଦ୍ଧର ୪ଦିନ ପରେ ରାଷ୍ଟ୍ରପତି ଜେଲେନ୍‌ସ୍କି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଥିଲେ । ଏ ବିଷୟରେ ଟୁଇଟ୍‌ କରି ଜେଲେନ୍‌ସ୍କି ଲେଖିଥିଲେ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହୋଇଛି । ୟୁକ୍ରେନର ରୁଷୀୟ ଆକ୍ରମଣ ମୁକାବିଲା ଧାରା ସଂକ୍ରାନ୍ତରେ ସୂଚନା ଦେଇଛି । ଆମ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରମଣକାରୀ ପ୍ରବେଶ କରିଛନ୍ତି। ସେମାନେ ମାରାତ୍ମକ ଭାବେ ଆବାସିକ କୋଠାବାଡ଼ି ଉପରକୁ ଗୁଳିଗୋଳା ବର୍ଷଣ କରୁଛନ୍ତି।  ତେବେ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ରାଜନୈତିକ ସମର୍ଥନ ଦେବାକୁ ଭାରତକୁ ଅନୁରୋଧ କରିଛି।

ସୂଚନା ଅନୁସାରେ, ଭାରତ ରୁଷ୍‌ କିମ୍ବା ୟୁକ୍ରେନ୍‌ର ପକ୍ଷ ନେଇ ନାହିଁ କି, ବିରୋଧ କରିନାହିଁ । ଯୁଦ୍ଧାଞ୍ଚଳରେ ଫସି ରହିଥିବା ଭାରତୀୟମାନଙ୍କ ନିରାପଦ ସ୍ଥାନାନ୍ତରଣ ଉପରେ ଧ୍ୟାନ ଦେଉଛି ସରାକାର । ଏହାଛଡ଼ା, ସାମ୍ପ୍ରତିକ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରୁଷ୍‌ ଓ ୟୁକ୍ରେନ୍‌କୁ ଭାରତ କହିଛି । ଆପଣଙ୍କୁ କହି ରଖୁଛୁ ଯେ, ଗତ ସପ୍ତାହେ ମଧ୍ୟରେ ଭାରତୀୟମାନଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ୨ଥର କଥା ହୋଇଛନ୍ତି ।