ତେଜସ୍ୱୀ ଯାଦବଙ୍କ ଉପରେ ବର୍ଷିଲେ ପିଏମ୍ ମୋଦି…

1 min read
PM Narendra Modi Slams RJD And Tejashwi Yadav In Muzaffarpur Rally In Bihar

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଚାଲିଛି । ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋର ଧରିଛି ପ୍ରଚାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ତିନୋଟି ରାଲି କରିଛନ୍ତି । ଦରଭଙ୍ଗା ପରେ ପିଏମ୍ ମୋଦି ମୁଜାଫରପୁରରେ ସଭଆ କରିଛନ୍ତି । ସେଠାରେ ମୋଦି ଲାଲୁ ନନ୍ଦନ ତେଜସ୍ୱୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି । କହିଛନ୍ତି- ସେହି ଦଳ ଯିଏକି ବିହାରରେ ଶିଳ୍ପକୁ ବନ୍ଦ କରାଇବା ପାଇଁ ବଦନାମ ହୋଇଛି । ଯେଉଁଥିପାଇଁ ନିବେଶକ ଦୂରରୁ ଦେଖି ପଳାଉଛନ୍ତି । ସେହି ଲୋକ ବିହାରର ବିକାଶ ଲାଗି ପ୍ରତିଶ୍ରୁତି ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରଜେଡିର ନିର୍ବାଚନ ଇସ୍ତାହାରକୁ ନେଇ ଖୁବ୍ ବର୍ଷିଛନ୍ତି । କହିଛନ୍ତି- ସରକାରୀ ଚାକିରି କଥା ଛାଡ଼ନ୍ତୁ, ଏହି ଲୋକଙ୍କ ଆସିବା ଅର୍ଥାତ୍- ଚାକିରି ଦେଉଥିବା ଘରୋଇ କମ୍ପାନୀ ବିହାରରୁ ପଳାଇବା । ଏତିକି ନୁହେଁ, ପିଏମ୍ ମୋଦି ତେଜସ୍ୱୀଙ୍କୁ ଜଙ୍ଗଲରାଜର ‘ଯୁବରାଜ’ କହିଛନ୍ତି ।

ମୁଜାଫରପୁର ରାଲିରେ ସମ୍ବୋଧନ ବେଳେ ମୋଦି କହିଛନ୍ତି- ଆପଣ କଳ୍ପନା କରିପାରିବେ ନାହିଁ । ଗୋଟିଏ ପଟେ ମହାମାରୀ ଓ ଏଥିସହ ଜଙ୍ଗଲରାଜ ରାଜୁତି କରିବାକୁ ଆସିଲେ ବିହାର ଲୋକଙ୍କ ଅବସ୍ଥା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ । ଜଙ୍ଗଲରାଜର ଯୁବରାଜଙ୍କୁ ପୁରୁଣା ଟ୍ରାକ୍ ରେକର୍ଡ ଦେଖି ବିହାରବାସୀ ଆଉ କଣ ଆଶା କରିବେ ।

ମୋଦି କହିଛନ୍ତି- ନିଜ କାମ, ନିଜ କାରବାର କରୁଥିବା ଲୋକଙ୍କ ସହ ବ୍ୟବହାରକୁ ବିହାର ଲୋକ କେବେ ଭୁଲି ପାରିବେ ନାହିଁ । ଦାଦାବଟି ଦେଲେ ବଞ୍ଚିବେ । ନହେଲେ ସେମାନଙ୍କ ପାଖରେ ପୂର୍ବରୁ କିଡନାପିଂ ଇଣ୍ଡଷ୍ଟ୍ରିର କପିପାଇଟ୍ ରହିଛି । ଏଥିପାଇଁ ସାବଧାନ୍ ରୁହନ୍ତୁ ।

ଏହି ଦଳର ରାଜନୀତି ମିଥ୍ୟା, ଭ୍ରଷ୍ଟାଚାର ଓ ଲୋକଙ୍କୁ ଭୂଆଁ ବୁଲାଇବା ଅଟେ । ଏହି ଲୋକଙ୍କ ପାଖରେ ବିହାରର ବିକାଶର ନା କୌଣସି ରୋଡମ୍ୟାପ ଅଛି ନା ତ କୌଣସି ଅନୁଭବ । ଇଏ ହେଉଛି ସେହି ଦଳ ଯିଏ ବିହାରକୁ ଅରାଜକତା ଦେଇଛି । କୁଶାସନ ଦେଇଛି, ଏବେ ପୁଣି ସୁଯୋଗ ଖୋଜୁଛି । ଯିଏକି ବିହାରର ଯୁବକଙ୍କୁ ଗରିବୀ ଓ ପଳାୟନ ଦେଇ ନିଜ ପରିବାରକୁ ହଜାର କୋଟିର ମାଲିକ କରିଛି, ସେମାନେ ପୁଣି ଶାସନ ସୁଯୋଗ ଖୋଜୁଛନ୍ତି । ଆଗାମୀ ଶତାବ୍ଦୀରେ ଏହି ଦଶନ୍ଧି ବିହାରର ଭବିଷ୍ୟତ ନିର୍ଣ୍ଣୟ କରିବା ବୋଲି କହିଛନ୍ତି ମୋଦି । ଆପଣଙ୍କ ଗୋଟିଏ ଭୋଟ୍ ନିର୍ଣ୍ଣୟ କରିବା ଆତ୍ମନିର୍ଭର ଭାରତ ସଂକଳ୍ପରେ ବିହାରର ଭୂମିକା କଣ ହେବ ?

Leave a Reply