ନୂଆଦିଲ୍ଲୀ: ଭାରତୀୟଙ୍କ ନିରାପଦ ଉଦ୍ଧାର ପ୍ରସଙ୍ଗ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ନେତାଙ୍କ ମଧ୍ୟରେ ଉଦ୍ଧାର ପ୍ରକ୍ରିୟା ନେଇ ପ୍ରାୟ ୫୦ ମିନଟ ଧରି ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ହଜାର ହଜାର ଭାରତୀୟ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାର ବର୍ତ୍ତମାନ ଭାରତ ଲାଗି ଏକ ମେଗା ଚାଲେଞ୍ଜ ହୋଇଛି ।

ପୁଟିନଙ୍କ ସହ କଥାବାର୍ତ୍ତା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଦୁଇନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଉଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ୟୁକ୍ରେନର ସହଯୋଗ ଲାଗି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି । ସମସ୍ତ ଭାରତୀୟଙ୍କ ଉଦ୍ଧାର ହେବା ଯାଏ ସହଯୋଗ କରିବାକୁ ଜେଲେନସ୍କିଙ୍କୁ ଅନୁରୋଧ କରିଥିଲେ ମୋଦି । ସୁମିରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ ।