କମିବ କି ପେଟ୍ରୋଲ ଦର? ଏମିତି କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ପେଟ୍ରୋଲ ଦର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିବୃତ୍ତି ଆସି ପହଞ୍ଚିଛି । ଏହି ବିବୃତ୍ତିରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ପେଟ୍ରୋଲ ଉପରୁ ଭାଟ୍ କମାନ୍ତୁ ।  ୬ ମାସ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାର ଏହା ଉପରୁ ଭ୍ୟାଟ୍ କମାଇବାର ଆବଶ୍ୟକତା ରହିଛି । ଆଜି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ହୋଇଥିବା ଆଲୋଚନାରେ ଏହା କୁହାଯାଇଛି ।

ବଢ଼ୁଥିବା କରୋନା ଭାଇରସକୁ ନେଇ ହୋଇଥିବା ମିଟିଂରେ ପ୍ରଧାନମନ୍ତ୍ରୀ ବଢ଼ୁଥିବା ପେଟ୍ରାଲ୍ ଦର ଉପରେ ବିବୃତ୍ତି ଦେଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଯେଉଁଭଳି ଯୁଦ୍ଧର ପରିସ୍ଥିତି ଦେଖା ଦେଇଛି ଏଥିରେ ଚୀନ ବହୁତ ପ୍ରଭାବିତ ହୋଇଛି । ଏହାସହ ଦିନକୁ ଦିନ ଚ୍ୟାଲେଞ୍ଚ ବଢ଼ିବାରେ ଲାଗିଛି । ଏହାରି ଭିତରେ ରାଜ୍ୟ ଏବଂ କେନ୍ଦ୍ରରେ ତାଳମେଳ ରହିବା ନିହାତି ଆବଶ୍ୟକ ।

ପେଟ୍ରୋଲ ଦର ବଢ଼ିବାକୁ ନେଇ ପ୍ରଧାନମନ୍ତ୍ରୀ ଆହୁରୀ କହିଥିଲେ ଯେ, ଲୋକଙ୍କ ଉପରେ ବୋଝ କମ୍ କରିବାକୁ କେନ୍ଦ୍ର ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ସେତେବେଳେ ରାଜ୍ୟ ସରକାର ଭାଟ୍ କମାଇଥିଲେ । କିଛି ରାଜ୍ୟ ବି ସେତେବେଳେ ଭାଟ୍ କମାଇବା ସହ ଆଉ କିଛି ରାଜ୍ୟ କମାଇ ନ ଥିଲେ । ଏହି କାରଣରୁ ସେହିସବୁ ରାଜ୍ୟରେ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି । ଏହା ଦ୍ବାରା ଅନ୍ୟ ରାଜ୍ୟକୁ ଯାଉଥିବା ଚାଳକ ଅଧିକା ଟଙ୍କା ଦେଇ ପେଟ୍ରୋଲ ପକାଇବାକୁ ପଡୁଛି । ଏଥିରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ଏହା ବି କହିଥିଲେ ଯେ, ଭାରତ ସରକାରଙ୍କ ପାଖକୁ ଯେଉଁ ରାଜସ୍ବ ଆସୁଛି ସେଥିରୁ ୪୨ ପ୍ରତିଶତ କେନ୍ଦ୍ରକୁ ଚାଲିଯାଉଛି ।

ଏହାରି ଭିତରେ ପେଟ୍ରାଲ ଦର କମିବା ସମ୍ଭାବନା ଦେଖାଦେଇଛି । ଏବେ ଯଦି କିଛି ରାଜ୍ୟ ଭାଟ୍ କମାନ୍ତି ତାହାଲେ ସାଧାରଣ ଲୋକଙ୍କୁ ଟିକିଏ ଆଶ୍ବସ୍ଥି ମିଳିବ ।