ୟୁନୁସ ଓ ମୋଦିଙ୍କ ମଧ୍ୟରେ ହେବାକୁ ଯାଉଛି ସାକ୍ଷାତ, ମାଗିବେ ହିନ୍ଦୁଙ୍କ ଉପରେ ଆକ୍ରମଣର ଜବାବ ?

1 min read

ନୂଆଦିଲ୍ଲୀ : ବାଂଲାଦେଶରେ ଗାଦି ବଦଳ ପରେ ଏବେ ଦେଶରେ ମହମ୍ମଦ ୟୁନୁସଙ୍କ ହାତରେ ଦେଶର କମାଣ୍ଡ ଅଛି । ଏହା ମଧ୍ୟରେ ବାଂଲାଦେଶରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏବଂ ୟୁନୁସଙ୍କ ମଧ୍ୟରେ ଏକ ଭେଟଘାଟ ହୋବାକୁ ଯାଉଛି । ମୋଦି ନୋବେଲ ବିଜେତା  ୟୁନୁସଙ୍କୁ  BIMSTEC ସମ୍ମିଳନୀରେ ସାକ୍ଷାତ ହୋଇପାରନ୍ତି ବୋଲି ସୂଚନା ରହିଛି । ସେପ୍ଟେମ୍ୱରରେ ବ୍ୟାଙ୍କକ୍ ଠାରେ BIMSTEC ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଥାଇଲ୍ୟାଣ୍ଡ ଆସନ୍ତା ମାସରେ BIMSTEC ସମ୍ମିଳନୀ ଆୟୋଜିତ କରୁଛି । ଭାରତ, ବାଂଲାଦେଶ, ଥାଇଲ୍ୟାଣ୍ଡ, ଭୁଟାନ, ନେପାଲ, ଶ୍ରୀଲଙ୍କା ଏବଂ ମିଆଁମାରକୁ ନେଇ ଗଠିତ ଏହି ବହୁପକ୍ଷୀୟ ସଂଗଠନର ଗୁରୁତ୍ୱ ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ଏହି ସମ୍ମିଳନୀରେ ମହମ୍ମଦ ୟୁନୁସ ସହ ନରେନ୍ଦ୍ର ମୋଦୀ ବାଂଲାଦେଶରେ ହିନ୍ଦୁଙ୍କ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିପାନ୍ତି ବୋଲି କୁହାଯାଉଛି ।

ଭାରତ ସୀମା ପାର କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀଙ୍କୁ ଗରଫ କରାଯାଇଛି । ଏମାନେ ଦେଶରେ ଚାଲିଥିବା  ହିଂସା ଏବଂ ରାଜନୈତିକ ଅସ୍ଥିରତା ଠାରୁ ବଞ୍ଚିବା ପାଇଁ ଭାରତ ଆସିବାକୁ ଚେଷ୍ଟା କରୁଥିଲେ । ଏହା ଛଡା ସୀମାରେ ଏବେ ବି ଶହ ଶହ ଲୋକ ଭାରତରରେ ପ୍ରବେଶ କରିବାକୁ ଅନୁମତି ମାଗୁଛନ୍ତି । ବାଂଲାଦେଶରେ ଥିବା ସ୍ୱଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ ଭାରତ ସରକାର ମଧ୍ୟ ଚିନ୍ତାରେ  ।