କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ୮ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ପାର କରିଛି । କିଛି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବା ଚିନ୍ତାର କାରଣ ହୋଇଛି ।  ମହାରାଷ୍ଟ୍ର ଓ ଦିଲ୍ଲୀରେ ଏହା ଅଧିକ ଚିନ୍ତାଜନକ ହୋଇଛି । ଆଜି କରୋନା ଦ୍ୱାରା ପ୍ରଭାବିତ ଦେଶର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ବୈଠକରେ ଦିଲ୍ଲୀ,ଗୁଜୁରାଟ,ହରିୟାନା,କେରଳ,ମହାରାଷ୍ଟ୍ର,ପଶ୍ଚିମବଙ୍ଗ,ଛତିଶଗଡ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି । ବାକି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଦିନ ୧୨ଟା ପରେ ଆଲୋଚନା କରିବେ । ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେଉଛି ।

ବୈଠକର ଏଜେଣ୍ଡା କ’ଣ ?

ବୈଠକର ଦୁଇଟି ମୁଖ୍ୟ ଏଜେଣ୍ଡା ରହିଛି । ପ୍ରଥମ ହେଉଛି ନିଜ ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସଂପୃକ୍ତ ରାଜ୍ୟ ଗୁଡିକ କ’ଣ ସବୁ ପଦକ୍ଷେପ ନେଉଛନ୍ତି । ଏଜେଣ୍ଡାରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଟିକାକରଣ । ଆସନ୍ତା ବର୍ଷ ଆରମ୍ଭରୁ ଟିକାକରଣର ଆଶା ରହିଛି । ଏମିତିରେ କେମିତି ଟିକାର ସଂରକ୍ଷଣ ହେବ ଓ କେମିତି ଲୋକଙ୍କ ପାଖରେ ସହଜରେ ପହଂଚିବ ତାକୁ ନେଇ ଆଲୋଚନା ହେବ ।

Leave a Reply