Modi Targets China: ଲେହରେ ଗର୍ଜିଲେ ମୋଦି, ବୀରତା ହିଁ ଶାନ୍ତିର ପୂର୍ବ ସର୍ତ୍ତ

1 min read
PM Narendra Modi in leh ladakh indian army china border clash updates

ଲଦାଖ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଲେହ ଗସ୍ତରେ ଯାଇ ଯବାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ସୀମାରେ କିଭଳି ପରିସ୍ଥିତି ରହିଛି ଏବଂ ଭାରତୀୟ ସେନା ପକ୍ଷରୁ କିଭଳି ପ୍ରସ୍ତୁତି ରହିଛି ସେନେଇ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନିଜେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ଥଳ ସେନା ଓ ବାୟୁସେନାର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ଲେହରେ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କୁ ସମ୍ବୋଧନ କରିବା ବେଳେ ଭାରତ ମାତା କି ଜୟ ନାରା ଦେଇଥିଲେ । ଯବାନଙ୍କୁ ସମ୍ବୋଧନ କରିବା ବେଳେ ମୋଦି କହିଛନ୍ତି, ଭାରତୀୟ ସେନା କାହାଠାରୁ କମ୍‌ ନୁହଁନ୍ତି । ଭାରତୀୟ ଯବାନଙ୍କ ଶକ୍ତି ସାରା ବିଶ୍ୱ ଦେଖିଛି । ସେମାନଙ୍କ ସାହସ ହିମାଳୟଠାରୁ ମଧ୍ୟ ଅଧିକ ଉଚ୍ଚ । ଆମ ଯବାନମାନେ ଭାରତ ମାତାର ସୁରକ୍ଷା କବଚ ହୋଇ ସବୁବେଳେ ରହିଛନ୍ତି । ଏହି ଯବାମାନେ ସବୁବେଳେ ଭାରତମାତାର ସୁରକ୍ଷା କରିଛନ୍ତି । ପୁରା ଦେଶର ଯବାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛି ।

ମୋଦି ଏହି ଗସ୍ତରେ ଯବାନଙ୍କ ମନୋବଳ ବୃଦ୍ଧି କରିଥିବା ବେଳେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲି ନଥିଲେ । ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗଲବାନ୍‌ ଘାଟି ସବୁବେଳେ ଭାରତର ବୋଲି ସେ କହିଛନ୍ତି । ଯବାନଙ୍କ ସିଂହନାଦରେ ଜୟଜୟକାର କରେ ଏହି ବୀରଭୂମି । ଲଦାଖର ପୁରା ଅଂଶ ଭାରତର ମାନ-ସମ୍ମାନର ପ୍ରତୀକ । ବୀର ନିଜ ଶସ୍ତ୍ର ବଳରେ ମାତୃଭୂମିର ରକ୍ଷା କରିଥାଏ ।

ମାନବତା ପାଇଁ ଶାନ୍ତି ଓ ମିତ୍ରତା ନିହାତି ଜରୁରୀ । ଦୁର୍ବଳ କେବେ ହେଲେ ବି ଶାନ୍ତି ଆଣିପାରିବ ନାହିଁ । ଭାରତ ନିଜର ଶକ୍ତି ବଢାଇ ଚାଲିଛି । ପୁରା ଦୁନିଆ ଭାରତୀୟ ବୀରଙ୍କ ପରାକ୍ରମ ଦେଖିଛି । ବିଶ୍ୱରେ ବିସ୍ତାରର ଯୁଗ ଶେଷ ହୋଇଛି, ଏବେ କେବଳ ବିକାଶର ଯୁଗ ବୋଲି କହିଛନ୍ତି ମୋଦି ।’

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଚୀନ୍‌ ଚକିତ ହୋଇଛି ଏବଂ ଏକ ବିବୃତ୍ତି ମଧ୍ୟ ଜାରି କରିଛି । ଚୀନ୍‌ କହିଛି ଉଭୟ ଦେଶର ସେନା ପକ୍ଷରୁ ଏଭଳି କୌଣସି ପଦକ୍ଷେପ ନିଆ ନଯାଉ, ଯେଉଁଥିପାଇଁ ପରିସ୍ଥିତି ଆହୁରି ବିଗିଡ଼ିଯିବ । ତେବେ ମୋଦିଙ୍କ ଗସ୍ତ ବେଳେ ହଠାତ୍‌ ଚୀନ୍‌ର ଏଭଳି ବିବୃତ୍ତି ତା’ର ଦୁର୍ବଳତାକୁ ପଦାରେ ପକାଇଛି ।

Leave a Reply