Modi Targets China: ଲେହରେ ଗର୍ଜିଲେ ମୋଦି, ବୀରତା ହିଁ ଶାନ୍ତିର ପୂର୍ବ ସର୍ତ୍ତ
1 min readଲଦାଖ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଲେହ ଗସ୍ତରେ ଯାଇ ଯବାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ସୀମାରେ କିଭଳି ପରିସ୍ଥିତି ରହିଛି ଏବଂ ଭାରତୀୟ ସେନା ପକ୍ଷରୁ କିଭଳି ପ୍ରସ୍ତୁତି ରହିଛି ସେନେଇ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନିଜେ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ଥଳ ସେନା ଓ ବାୟୁସେନାର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ଲେହରେ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କୁ ସମ୍ବୋଧନ କରିବା ବେଳେ ଭାରତ ମାତା କି ଜୟ ନାରା ଦେଇଥିଲେ । ଯବାନଙ୍କୁ ସମ୍ବୋଧନ କରିବା ବେଳେ ମୋଦି କହିଛନ୍ତି, ଭାରତୀୟ ସେନା କାହାଠାରୁ କମ୍ ନୁହଁନ୍ତି । ଭାରତୀୟ ଯବାନଙ୍କ ଶକ୍ତି ସାରା ବିଶ୍ୱ ଦେଖିଛି । ସେମାନଙ୍କ ସାହସ ହିମାଳୟଠାରୁ ମଧ୍ୟ ଅଧିକ ଉଚ୍ଚ । ଆମ ଯବାନମାନେ ଭାରତ ମାତାର ସୁରକ୍ଷା କବଚ ହୋଇ ସବୁବେଳେ ରହିଛନ୍ତି । ଏହି ଯବାମାନେ ସବୁବେଳେ ଭାରତମାତାର ସୁରକ୍ଷା କରିଛନ୍ତି । ପୁରା ଦେଶର ଯବାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛି ।
#WATCH We are the same people who pray to the flute playing Lord Krishna but we are also the same people who idolise and follow the same Lord Krishna who carries the 'Sudarshana Chakra': PM Modi in Ladakh pic.twitter.com/lAqCjeXpqv
— ANI (@ANI) July 3, 2020
ମୋଦି ଏହି ଗସ୍ତରେ ଯବାନଙ୍କ ମନୋବଳ ବୃଦ୍ଧି କରିଥିବା ବେଳେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲି ନଥିଲେ । ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗଲବାନ୍ ଘାଟି ସବୁବେଳେ ଭାରତର ବୋଲି ସେ କହିଛନ୍ତି । ଯବାନଙ୍କ ସିଂହନାଦରେ ଜୟଜୟକାର କରେ ଏହି ବୀରଭୂମି । ଲଦାଖର ପୁରା ଅଂଶ ଭାରତର ମାନ-ସମ୍ମାନର ପ୍ରତୀକ । ବୀର ନିଜ ଶସ୍ତ୍ର ବଳରେ ମାତୃଭୂମିର ରକ୍ଷା କରିଥାଏ ।
ମାନବତା ପାଇଁ ଶାନ୍ତି ଓ ମିତ୍ରତା ନିହାତି ଜରୁରୀ । ଦୁର୍ବଳ କେବେ ହେଲେ ବି ଶାନ୍ତି ଆଣିପାରିବ ନାହିଁ । ଭାରତ ନିଜର ଶକ୍ତି ବଢାଇ ଚାଲିଛି । ପୁରା ଦୁନିଆ ଭାରତୀୟ ବୀରଙ୍କ ପରାକ୍ରମ ଦେଖିଛି । ବିଶ୍ୱରେ ବିସ୍ତାରର ଯୁଗ ଶେଷ ହୋଇଛି, ଏବେ କେବଳ ବିକାଶର ଯୁଗ ବୋଲି କହିଛନ୍ତି ମୋଦି ।’
#WATCH "Age of expansionism is over, this is the age of development. History is witness that expansionist forces have either lost or were forced to turn back," PM Modi in #Ladakh pic.twitter.com/0GzeF0K4ul
— ANI (@ANI) July 3, 2020
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଚୀନ୍ ଚକିତ ହୋଇଛି ଏବଂ ଏକ ବିବୃତ୍ତି ମଧ୍ୟ ଜାରି କରିଛି । ଚୀନ୍ କହିଛି ଉଭୟ ଦେଶର ସେନା ପକ୍ଷରୁ ଏଭଳି କୌଣସି ପଦକ୍ଷେପ ନିଆ ନଯାଉ, ଯେଉଁଥିପାଇଁ ପରିସ୍ଥିତି ଆହୁରି ବିଗିଡ଼ିଯିବ । ତେବେ ମୋଦିଙ୍କ ଗସ୍ତ ବେଳେ ହଠାତ୍ ଚୀନ୍ର ଏଭଳି ବିବୃତ୍ତି ତା’ର ଦୁର୍ବଳତାକୁ ପଦାରେ ପକାଇଛି ।