spot_img

Latest Posts

ଆଜି ମୋଦିଙ୍କ ଗୁଜରାଟ ଗସ୍ତ: ଚାଷୀଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ୨୦ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ। ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଚାଷୀ। ବିଭିନ୍ନ ରାଜ୍ୟର କୃଷି ସଙ୍ଗଠନଙ୍କ ସହ ସରକାରଙ୍କ ଆଲୋଚନା ଜାରି ରହିଛି।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟର କୁଚ୍‌ରେ ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର କୁଚ୍‌ ଗସ୍ତ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏହି ଅବସରରେ ମୋଦି ବିଶ୍ୱର ସର୍ବବୃହତ୍ ରିନ୍ୟୁଏବୁଲ ସୌରପ୍ରକଳ୍ପର ଭୂମି ପୂଜନ କରିବେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ପ୍ରଧାନମନ୍ତ୍ରୀ କୁଚ୍‌ରେ ପହଞ୍ଚିବେ। ଏହାପରେ ଭିସି ଯୋଗ୍ୟ ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଗୁଜରାଟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇ ତାଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୋଦି ଟ୍ୱିଟ୍ କରିଛନ୍ତି, ‘ଏକ ସଶକ୍ତ, ସୁଦୃଢ଼ ତଥା ସମୃଦ୍ଧ ଭାରତର ମୂଳଦୁଆ ପକାଇଥିବା ଲୌହ ମାନବ ସର୍ଦ୍ଦାର ଭାଲାଭଭାଇ ପଟେଲଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ଶତ ଶତ ପ୍ରଣାମ। ସେ ଦେଖାଇଥିବା ମାର୍ଗ ଆମକୁ ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତା ରକ୍ଷା କରିବାକୁ ସର୍ବଦା ପ୍ରେରଣା ଦେବ।’

Latest Posts

Don't Miss