ନୂଆ ମନ୍ତ୍ରିମଣ୍ଡଳକୁ ନେଇ ପ୍ରଥମ କ୍ୟାବିନେଟ ବୈଠକ, ୧ ଲକ୍ଷ କୋଟି ଟଙ୍କା କୃଷକଙ୍କୁ ମିଳିବ
1 min readନୂଆଦିଲ୍ଲୀ: ମୋଦୀ କ୍ୟାବିନେଟର ସମ୍ପ୍ରସାରଣ ପରେ ନୂଆ ମନ୍ତ୍ରୀ ମାନେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯାହା ପରେ ଆଜି ସନ୍ଧ୍ୟାରେ ମୋଦୀ ସରକାରଙ୍କ ନୂତନ କ୍ୟାବିନେଟ୍ ବୈଠକ ବସିଥିଲା । କ୍ୟାବିନେଟ୍ ସମ୍ପ୍ରସାରଣ ପରେ ଏହା ହେଉଛି ପ୍ରଥମ ବୈଠକ। ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
It was earlier said APMCs would be strengthened. Efforts will be made to provide more resources to the APMCs. Rs 1 lakh crores allocated under Atmanirbhar Bharat to Farmers Infrastructure Fund can be used by APMCs: Narendra Singh Tomar, Agriculture Minister pic.twitter.com/ypWbdsPIAw
— ANI (@ANI) July 8, 2021
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସରକାର ମଣ୍ଡି ଗୁଡିକର ସଶକ୍ତିକରଣ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏକ ଲକ୍ଷ କୋଟି ଟଙ୍କା ମଣ୍ଡି ମାଧ୍ୟମରେ ଚାଷୀଙ୍କ ପାଖରେ ପହଞ୍ଚିବ ବୋଲି ନିଷ୍ପତ୍ତି ହୋଇଛି ।
I want to appeal protesting farmer unions to end their protest and to held discussions. Government is ready for discussions. APMC will be strengthened: Narendra Singh Tomar, Union Agriculture Minister pic.twitter.com/LjrYi2GaeU
— ANI (@ANI) July 8, 2021
ସେହିପରି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ଏପିଏମସି ଜାରି ରହିବା ସହ ମଣ୍ଡି ମାଧ୍ୟମରେ ଏକ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁ ଚାଷୀ ମାନେ ଆନ୍ଦୋଳନରତ ଅଛନ୍ତି ସେମାନଙ୍କୁ ମଧ୍ୟ ଏପିଏମସି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଛି । ଏଥିସହ ନଡିଆ ଚାଷୀଙ୍କୁ ଲାଭ ପହଞ୍ଚଇବା ପାଇଁ ନଡିଆ ବୋର୍ଡରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମଧ୍ୟ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୩ ହଜାର ୧୦୦ କୋଟି ଟଙ୍କା ଏମର୍ଜେନ୍ସି ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ଏହି ଅର୍ଥ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଦିଆଯିବ । ଏଥିରେ କୋଭିଡ ହସ୍ପିଟାଲ ଓ ଆବଶ୍ୟକ ଭିତ୍ତିଭୂମିରେ ଆବଶ୍ୟକ ବ୍ୟବସ୍ଥା କରାଯିବ ।
ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରାଯିବା ପରେ ନୂଆ ଦାୟିତ୍ୱ ନେଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି ।