spot_img

Latest Posts

ନେତା ମାନେ ମୋଟା ଚମଡ଼ାର ହୋଇଥାନ୍ତି ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କରୋନା ଟିକା ନେଇଛନ୍ତି। ଆଜି ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ସେ ଟିକା ନେଇଛନ୍ତି। ଏହି ଅବସରରେ ସେ ନର୍ସଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି, ନେତା ମୋଟା ଚମଡାର ହୋଇଥାନ୍ତି, ସେମାନଙ୍କୁ ମୋଟା ଛୁଞ୍ଚି ଲଗାଇବ । ପୁଡୁଚେରୀର ନର୍ସ ପି ନିବେଦା ମୋଦିଙ୍କୁ ଟିକା ଲଗାଇଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମୋଦି ଟିକା ଲଗାଇବା ପାଇଁ ଆଜି ସକାଳେ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାକାର ମାହୋଲ ଚାପଗ୍ରସ୍ତ ଥିବା ଭଳି ଅନୁଭବ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କୁ । ଯାହା ଫଳରେ ସେ ମଜା କରିବାକୁ ଯାଇ କହିଥିଲେ, ପଶୁ ମାନଙ୍କୁ ଲଗାଯାଉଥିବା ମୋଟା ଇଞ୍ଜକସନ୍ ଲଗାଇବ । ମାେଦିଙ୍କ ଏଭଳି କଥା ବୁଝିପାରିନଥିଲେ ଉପସ୍ଥିତ ଡାକ୍ତର ଓ ନର୍ସ । ତା’ ପରେ ସେ ବୁଝାଇକି କହିଥିଲେ ଯେ ରାଜନେତା ମାନଙ୍କର ଚମଡା ବହୁତ ମୋଟା ହୋଇଥାଏ । ଏହି କଥାରେ ନର୍ସ ହସିବା ସହ ତାଙ୍କୁ ଟିକା ଦେଇଥିଲେ ।

ସେପଟେ ଟିକା ଦେଇଥିବା ଦୁଇ ସିଷ୍ଟରଙ୍କ ସହ ମଧ୍ୟ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ସ୍ବାସ୍ଥ୍ୟକର୍ମୀଙ୍କ ସହ ଫଟୋ ଉଠାଇଲେ ଏବଂ ଟିକା ଦେବାବେଳେ ତାଙ୍କୁ କିଛି ମଧ୍ୟ ଜଣାପଡିନଥିବା କହିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଥିଲେ କେରଳ ଓ ପୁଡୁଚେରୀର ନର୍ସ ରୋସାମ୍ମା ଅନୀଲ ଏବଂ ପି. ନିବେଦିତା।

ପ୍ରଧାନମନ୍ତ୍ରୀ ନିଜେ ଟିକା ନେବା ସହ ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । ସେହିପରି ବିନା ଭୟ ଏବଂ ସଙ୍କଟରେ ଟିକା ନିଅନ୍ତୁ ଏବଂ ଦେଶକୁ କରୋନାରୁ ମୁକ୍ତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କାନ୍ଧରେ ଆସାମ ଗାମୁଛା ପକାଇଥିବା ଭିଡିଓରେ ନଜର ଆସିଥିଲେ । ସେପଟେ ଟିକା ନେବା ପରେ ବେସ ଖୁସି ଥିବା ମଧ୍ୟ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ।

Latest Posts

Don't Miss