ଆରପାରିରେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା: ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୋକ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ । ଗୀତାଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକବ୍ୟକ୍ତ କରିଛନ୍ତି ।

ଗୀତାଙ୍କ ପରଲୋକରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଟ୍ବିଟ୍ କରି ଶୋକବ୍ୟକ୍ତ କରିଛନ୍ତି ।  ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗରେ ଓଡ଼ିଶା ଏକ ଉଜ୍ଜଳ ବ୍ୟକ୍ତିତ୍ୱଙ୍କୁ ହରାଇଲା ବୋଲି କହିଛନ୍ତି । ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ଗଡର ରାଣୀ ସାହେବା ଭି.ସୁଜ୍ଞାନ କୁମାରୀ ଦେଓ ଶୋକବ୍ୟକ୍ତ କରିବା ସହ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ।

ସେହିପରି ଗୀତାଙ୍କ ପରଲୋକରେ ସାଂସଦ ମୁନ୍ନା ଖାଁ, ସାଂସଦ ସୁଜିତ କୁମାର, ସାଂସଦ ଶର୍ମିଷ୍ଠା ସେଠୀ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଗୀତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

ଗୀତାଙ୍କ ବିୟୋଗରେ ଗଭୀର ମର୍ମାହତ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ । ଦେଶ ଓ ଦେଶ ବାହାରେ ଜଣେ ଲେଖିକା ଭାବେ ଗୀତା ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ରାଜ୍ୟ ଓ ଦେଶ ଲାଗି ଗୀତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଅନଙ୍ଗ । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଶୋକ ପ୍ରକାଶ କରିବା ସହ କହିଛନ୍ତି, ‘ଗୀତା ଜୀ ଅନ୍ତର୍ଜାତୀୟ ସ୍ତରରେ ଅଜସ୍ର ଖ୍ୟାତି ଆର୍ଜନ କରିଥିଲେ । ତାଙ୍କ ବିୟୋଗ ବିଶ୍ବ ସାହିତ୍ୟ ଜଗତ ଲାଗି ଏକ ଅପୂରଣୀୟ କ୍ଷତି ।’