କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅପିଲ: ସାମାଜିକ ଦୂରତା ଉପରେ ଗୁରୁତ୍ୱ, ଏକାଠି କରୋନା ମୁକାବିଲା ପାଇଁ ଆହ୍ୱାନ

. ସଂଯମତା ଓ ସଙ୍କଳ୍ପ

. ନିଜେ ସୁସ୍ଥ ତ ଜଗତ ସୁସ୍ଥ

. ଜନତା କଫ୍ୟୁ

. ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ କରନ୍ତୁ ନାହିଁ

. ସାମାଜିକ ଦୂରତା ବଜାୟ ରଖନ୍ତୁ

. ଇକୋନୋମିକ୍ସ ଟ୍ୟାକ୍ଲ ଫୋର୍ସ ଗଠନ

. ମାର୍ଚ୍ଚ ୨୨ରେ ସେବା କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଦିଆଯିବ ଧନ୍ୟବାଦ

. ଜନ ପ୍ରତିନିଧି ମାନଙ୍କ ବ୍ୟତୀୟ ଅନ୍ୟମାନେ ଦରକାର ନଥିଲେ ଘରୁ ବାହାରନ୍ତୁ ନାହିଁ

. ବିଶ୍ୱ ମହାମାରୀ କରୋନା ଆମକୁ ନହରାଉ, ମାନବ ଜାତି ତାକୁ ପରାସ୍ତ କରୁ

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱ ବ୍ୟାପି ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରିଛନ୍ତି । ରାଷ୍ଟ୍ରକୁ ତାଙ୍କ ସମ୍ବୋଧନରେ ସେ  କରୋନାକୁ  ରୋକିବା ପାଇଁ ସଂକଳ୍ପ ଓ ସଂଯମତା ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ  ତାଙ୍କ ସମ୍ବୋଧନ ଆରମ୍ଭରେ ସ୍ପଷ୍ଟ କରିଦେଇଥିଲେ ଯେ, ବିଶ୍ୱର ଅନେକ ବିକଶିତ ଦେଶ ଏହାଦ୍ୱାର ପ୍ରଭାବିତ ହୋଇଥିବା ବେଳେ ଭାରତ ପ୍ରଭାବିତ ହେବ ନାହିଁ ବୋଲି ଭାବିବ ଭୁଲ । କରୋନାର ମୁକାବିଲା ପାଇଁ ସେ ସଂଯମତା ଓ ସଂକଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ ।

 

 

ଦେଶର ସମସ୍ତ ନାଗରିକଙ୍କୁ ନିଜ ସଂକଳ୍ପକୁ ଦୃଢ କରିବାକୁ ପଡିବ । ଏହାସହ ସେମାନଙ୍କୁ ସଂଯମତା ଅବଲମ୍ବନ କରିବାକୁ ପଡିବ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ ନାଗରିକ ମାନନ୍ତୁ ବୋଲି ମଧ୍ୟ ସେ ଅପିଲ କରିଛନ୍ତି । ସଂକଳ୍ପ ଓ ସଂଯମତା ଉପରେ ଦୃଢ ରହିବାକୁ ଅପିଲ କରି ପ୍ରଧାନମନ୍ତ୍ରୀ ‘ ଆମେ ସୁସ୍ଥ ତ’ ଜଗତ ସୁସ୍ଥ’ ର ନାରା ଦେଇଛନ୍ତି । ସେ କହିଛନ୍ତି ଯେ ,  ଯତେବେଳେ କୌଣସି ରୋଗର ଔଷଧ ନାହିଁ ସେତେବେଳେ  ଆମକୁ ନିଜକୁ ସୁରକ୍ଷିତ କରିବାକୁ ସଂଜମତା ଅବଲମ୍ବନ କରିବାକୁ ପଡିବ ।  ଆମେ ଭିଡ ଭିତରକୁ ଯିବାନାହିଁ,ଭିଡରୁ ଦୁରେଇ ରହିବା ଏଭଳି ସଂକଳ୍ପ କରିବାକୁ ପଡିବ । ବର୍ତ୍ତମାନ ପରିସ୍ଥିତିରେ ସୋସିଆଲ ଡିଷ୍ଟାନ୍ସ ଜରୁରୀ ହୋଇ ପଡିଛି । ଏଥିରେ ସଂଜମତା ଓ ସଂକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଯଦି ଆପଣଙ୍କୁ ଲାଗୁଛି ଯେ, ଆପଣଙ୍କର କିଛି ହେବ ନାହିଁ ତେବେ ଏହା ଆପଣଙ୍କ ଭୁଲ ଧାରଣା । ଏଭଳି ଭାବି ଆପଣ ନିଜ ସହ ଓ ନିଜ ପ୍ରିୟଜନଙ୍କ ସହ ଅନ୍ୟାୟ କରୁଛନ୍ତି । ଆଗାମୀ କିଛି ସପ୍ତାହ ପାଇଁ ଯେତେ କମ ସେତେ ବାହାରକୁ ବାହରନ୍ତୁ । ନିଜ କାମ  ଯେତେ ସମ୍ଭବ ଘରୁ କରନ୍ତୁ ।

ବରିଷ୍ଠ ନାଗରିକଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ,  ମୋର ଆଉ ଗୋଟିଏ ଅନୁରୋଧ,ଆମ ପରିବାରରେ ଯେଉଁ ବରିଷ୍ଠ ନାଗରିକ ଅଛନ୍ତି,ସେମାନେ ଆଗାମୀ କେଇ ସପ୍ତାହ ପର୍ଯ୍ୟନ୍ତ ଘରୁ ବାହାରନ୍ତୁ ନାହିଁ ।

ଲୋକଙ୍କୁ ଭିଡଠାରୁ ଦୁରେଇ ରହିବା ପାଇଁ ଆହ୍ୱାନ କରି ସେ  ୨୨ ମାର୍ଚ୍ଚ ସକାଳ ୯ରୁ ରାତି ୯ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ କଥା କହିଛନ୍ତି । ଏହି ଦିନ କେହି ଘରୁ ବାହାରକୁ ବାହରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ।  ଜରୁରୀକାଳିନ ସେବା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ରବିବାର ସଂଧ୍ୟା ୫ରେ ନିଜ ଘର ବାହାରେ କିମ୍ବା ବାଲକୋନିରୁ ୫ ମିନିଟ୍ ପାଇଁ ଘଣ୍ଟି ବାଡେଇ କିମ୍ବା ହାତ ଉଠାଇ ସେମାନଙ୍କୁ ଧନ୍ୟବାଦ ଜଣାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ହସପିଟାଲ ଉପରେ ଚାପ କମ କରିବା ପାଇଁ ସେ ଲୋକଙ୍କୁ ରୁଟିନ୍ ଚେକ୍ ଅପ୍ ପାଇଁ ହସପିଟାଲ ନଯିବା ପାଇଁ ଅପିଲ କରିଛନ୍ତି । ଅତି ଜରୁରୀ ନଥିଲେ ଅପରେସନ୍ ବାତିଲ କରିବାକୁ ଅନୁରୋଧ କରିଛନ୍ତି ।

କରୋନାର ଦେଶର ଅର୍ଥ ବ୍ୟବସ୍ଥା ଉପରେ ବ୍ୟାପକ ପ୍ରଭାବ ପଡୁଛି । ଏହାର ମୁକାବିଲା ପାଇଁ  ସରକାର, କୋଭିଡ୍ ଇକୋନମିକ୍ ରେସପୋନ୍ସ ଟାସ୍କ ଫୋର୍ସ ଗଠନ ନିଷ୍ପତି ନେଇଛନ୍ତି ।  ଏହି ଫୋର୍ସ ପିଡ୍ ବ୍ୟାକ୍ ନେଇ ନିକଟ ଭବିଷ୍ୟ ରେ ନିଷ୍ପତି ନେବ । ଆର୍ଥିକ ମୁସ୍କିଲକୁ କମ କରିବା ପାଇଁ ଯାହା ଆବଶ୍ୟକ ସେ ପଦକ୍ଷପେ ଏହି ଫୋର୍ସ ନେବ ।

ସଂକଟର ଏହି ଘଡିରେ ଦେଶର ଧନୀକ ଶ୍ରେଣୀ ସେମାନଙ୍କ ଉପରେ ନିର୍ଭରଶଳ ଲୋକଙ୍କ ଧ୍ୟାନ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି । କୌଣସି କର୍ମଚାରୀଙ୍କ ଦରମା କାଟନ୍ତୁ ନାହିଁ ବୋଲି ସେ ଅପିଲ କରିଛନ୍ତି  ।

ଦେଶେ ଖୀର ,ଖାଦ୍ୟପଦର୍ଥର ଅଭାବ ରହିବ ନାହିଁ । ଏହି ସପ୍ଲାଏ କେବେ ମଧ୍ୟ ରୋକା ଯିବନି । ତେଣୁ ଜରୁରୀ ସାମାନ କିଣିବା ପାଇଁ ଗହଳି କରନ୍ତୁ ନାହିଁ  ବୋଲି ମଧ୍ୟ ସେ ଅପିଲ କରିଛନ୍ତି ।

ଆଶଙ୍କା ଓ ଗୁଜବର ବାତାବରଣ ସୃଷ୍ଟି ହୁଏ । ଅନେକ ସମୟରେ ନାଗରିକ ଭାବେ ଆମ ଆଶା ପୁରଣ ହୋଇନଥାଏ । ଗୋଟିଏ ଦେଶ ଆଉ ଗୋଟିଏ ଦେଶକୁ ସାହାଯ୍ୟ କରିପାରୁନି । ଏମିତିରେ ଆମକୁ ପରସ୍ପରକୁ ସାହାଯ୍ୟ କରିବାକ ୁପଡିବ ।

 

Leave a Reply